ଭୁବନେଶ୍ୱର: ପୁଣି ପରିବା ଦରରେ ବୃଦ୍ଧି । ଗୋଟିଏ ପଟେ ଆଳୁ ପିଆଜ ଦର ବଢିଥିବା ବେଳେ ପୁଣି ପରିବା ପରିବା ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି । ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି । ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ତେବେ କେବେ ଦର ଖସିବ ବୋଲି ସମସ୍ତେ ଚାହିଁ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟକ ଦିନ ବଢି ବଢି ଚାଲିଛି ପରିବା ଦର । ଆଳୁ କେଜିକୁ ୩୫ ଟଙ୍କା, ପିଆଜ ୬୦ ଟଙ୍କା ରହିଛି । ସେହିପରି ବାଇଗଣ ୬୦ରୁ ୭୦ ଟଙ୍କା, କଲରା ୫୦ ଟଙ୍କା, ବିନ୍ସ କେଜିକୁ ୭୦ ଟଙ୍କା ରହିଛି । ସେହିଭଳି ମଟର କେଜିକୁ ୧୨୦ ଟଙ୍କା ରହିଛି । ବାହାରୁ ପରିବା ଆସୁଥିବାରୁ ଦର ବୃଦ୍ଧି ରହୁଥିବା ବ୍ୟବସାୟୀ କହିଛନ୍ତି । ତେବେ ଖାଲି ପରିବା ଦର ଅଧିକ ନୁଁହ , ଆମିଷର ମଧ୍ୟ ଦାମ ଅଧିକ ରହିଛି । ଅଣ୍ଡା ଗୋଟା ୮ ଟଙ୍କା ଥିବା ବେଳେ , ମାଂସ କିଲୋ ପିଛା ୨୫୦ ଟଙ୍କା ରହିଛି । ତେବେ ଏପରି ଦରରେ ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି ।