ଭୁବନେଶ୍ୱର :ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗ ଦାୟିତ୍ୱ। ପ୍ରମିଳାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ୨ ମନ୍ତ୍ରୀ ଇସ୍ତଫା ଦେଲା ପରେ ଖାଲି ପଡ଼ିଥିଲା ୨ ବିଭାଗ। କାଲି ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଉଭୟେ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ ମିଳିନି କୌଣସି ସୂଚନା ମିଳିନଥିଲା ।
ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ଏକପ୍ରକାର ସ୍ପଷ୍ଟ ହୋଇଛି। ଉଭୟ ମନ୍ତ୍ରୀ ନବୀନ ସରକାରରେ ବିବାଦୀୟ ଥିଲେ । ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାସଙ୍କ ଉପରଙ୍କୁ ଆଙ୍ଗୁଳି ଉଠିଥିଲା । ସେହିଭଳି ନିକଟରେ ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପରାଜୟ ପରେ ସମୀରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।