27.1 C
Bhubaneswar
Thursday, April 25, 2024
Homeକର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩କର୍ଣ୍ଣାଟକର କିଙ୍ଗ୍ କଂଗ୍ରେସ, ୧୩୪ଟି ସିଟରେ ଦଳୀୟ ପ୍ରାର୍ଥୀଙ୍କ ଦବଦବା

କର୍ଣ୍ଣାଟକର କିଙ୍ଗ୍ କଂଗ୍ରେସ, ୧୩୪ଟି ସିଟରେ ଦଳୀୟ ପ୍ରାର୍ଥୀଙ୍କ ଦବଦବା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସରକାର ଗଠନ କରିବ କଂଗ୍ରେସ ।  ୧୩୫ ଆସନ ପାଇବା ଏକରକମ ନିଶ୍ଚିତ ହୋଇଛି । ନିର୍ବାଚନରେ ବିଜୟୀ ହେବା ଲାଗି ବାହସ୍ଫୋଟ ମାରୁଥିବା ବିଜେପି ଚିତପଟାଙ୍ଗ ମାରିଛି । ପ୍ରାୟ ୭୦ ଆସନରେ ବିଜେପି ସୀମିତ ହେବା ଆକଳନ କରାଯାଉଛି । ସେହିପରି ଜେଡିଏସ ସର୍ବାଧିକ ୨୫ ଆସନ ପାଇବ ବୋଲି ଆଶା କରାଯାଉଛି । ସରକାର ଗଠନ ଲାଗି କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିବାବେଳେ ବରିଷ୍ଠ ନେତା ଡିକେ ଶିବକୁମାର ଭାବବିହ୍ୱଳ ହୋଇଛନ୍ତି । କିଙ୍କମେକର ହେବା ଲାଗି ଆଶା କରିଥିବା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ଆଶା ଧୂଳିସାତ ହୋଇଛି । ଆସନ୍ତାକାଲି କଂଗ୍ରେସର ବିଧାୟକ ଦଳ ବୈଠକ ବସିବ ବୋଲି କୁହାଯାଇଛି । ସମସ୍ତ ବିଧାୟକଙ୍କୁ ବେଙ୍ଗାଲୁରୁ ଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଜେପିକୁ କର୍ଣ୍ଣାଟକବାସୀ ଉଚିତ ଜବାବ ଦେଇଛନ୍ତି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଓ୍ବନ ଖେରା । ବିଜେପିର ପରାଜୟ ଏକ ନୈତିକ ପରାଜୟ ବୋଲି କହିଛନ୍ତି ବାସବରାଜ ବୋମାଇ ।
କନକପୁରାରୁ କଂଗ୍ରେସ ନେତା ଡି.କେ. ଶିବକୁମାର, ବରୁଣ ଆସନରୁ କଂଗ୍ରେସ ନେତା ସିଦ୍ଧରମୈୟା, ଚିତ୍ତପୁରରୁ ପ୍ରିୟାଙ୍କ ଖଡଗେ ଓ ଅଠାଣିରୁ କଂଗ୍ରେସ ନେତା ଲକ୍ଷ୍ମଣ ସବାଡି ବିଜୟୀ ହୋଇଛନ୍ତି । ଚନ୍ନପାଟଣାରୁ ଜେଡିଏସ ନେତା ଏଚଡି କୁମାରସ୍ବାମୀ, ସିଗାଓଁରୁ ବିଜେପିର ବାସବରାଜ ବୋମାଇ ବିଜୟୀ ହୋଇଛନ୍ତି । ସେପଟେ ହୁବଲିରୁ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଥିଲା ଜଗଦୀଶ ସେଟ୍ଟର, ରାମନଗରମରୁ ଜେଡିଏସ ନେତା ତଥା ଏଚଡି କୁମାରସ୍ବାମୀଙ୍କୁ ପୁଅ ନିଖିଳ କୁମାରସ୍ବାମୀ ପରାସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking