29.1 C
Bhubaneswar
Monday, May 11, 2026
Homeଦେଶ ବିଦେଶରେପୋ ରେଟ ୫୦ ବେସିକ ପଏଣ୍ଟ ହ୍ରାସ

ରେପୋ ରେଟ ୫୦ ବେସିକ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ଋଣ ନେଉଥିବା କିମ୍ବା ଋଣ ଉପରେ EMI ଦେଉଥିବା ଲୋକଙ୍କୁ ମିଳିଲା ଆଶ୍ୱସ୍ତି ।  ଜୁନ୍ 4 ତାରିଖରେ ଆରମ୍ଭ ହୋଇଥିବା RBIର ମୁଦ୍ରା କମିଟିର ଦୁଇ ଦିନିଆ ବୈଠକ ପରେ, କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରି ଲୋକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି  । ଏଥର 50 ବେସିସ୍ ପଏଣ୍ଟ ଅର୍ଥାତ୍ 0.50 ପ୍ରତିଶତ ହ୍ରାସ କରିଛି RBI । ଶୁକ୍ରବାର  ରେପୋ ହାର ହ୍ରାସ ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭଣ୍ଣର ସଞ୍ଜୟ ମାଲହୋତ୍ରା ।

ରେପୋ ହାର ୫.୫ ପ୍ରତିଶତକୁ ହ୍ରାସ ପାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ, ଗାଡ଼ି ଏବଂ ଘର ସମେତ ସମସ୍ତ ପ୍ରକାରର ଋଣ ଶସ୍ତା ହୋଇଯିବ। ରେପୋ ହାର ହ୍ରାସ କରିବା ସମୟରେ, RBI କହିଛି ଯେ ଏହି ପଦକ୍ଷେପ ନିବେଶକମାନଙ୍କୁ ପ୍ରଚୁର ସୁଯୋଗ ଦେବ । ଭାରତୀୟ ଅର୍ଥନୀତି ମଜବୁତ ହେବ । ଘରୋଇ ଚାହିଦା ଆହୁରି ମଜବୁତ ହେବ ।

ଗତ ଛଅ ମାସ ମଧ୍ୟରେ ଏହା ଆରବିଆଇ ଦ୍ୱାରା ରେପୋ ହାରରେ ଲଗାତାର ତୃତୀୟ ଥର ପାଇଁ ହ୍ରାସ ହୋଇଛି । ପୂର୍ବରୁ, ଚଳିତ ବର୍ଷ ଫେବୃଆରୀରେ ହାର 25 ବେସିସ୍ ପଏଣ୍ଟ ଏବଂ ତା’ପରେ ଏପ୍ରିଲରେ ପୁଣି 25 ବେସିସ୍ ପଏଣ୍ଟ ହ୍ରାସ କରାଯାଇଥିଲା। ଏହା ପରେ ରେପୋ ହାର 6 ପ୍ରତିଶତକୁ ହ୍ରାସ ପାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking