36.1 C
Bhubaneswar
Thursday, May 2, 2024
Homeଓଡିଶାଭୁଷୁଡିଲା ରେଙ୍ଗାଳୀ ମୁଖ୍ୟ କେନାଲ

ଭୁଷୁଡିଲା ରେଙ୍ଗାଳୀ ମୁଖ୍ୟ କେନାଲ

ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ୩ ନମ୍ବର ଡିଭିଜନ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗାଁ ନିକଟରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । ପ୍ରଖର ଜଳ ସ୍ରୋତ ଯୋଗୁଁ କେନାଲର ଜଳ ଏବେ ଲେମ୍ବୁପାଳ ଗାଁ ମୁହାଁ ହୋଇଥିବା ଜଣାପଡିଛି । ଫଳରେ ୫୦ରୁ ଅଧିକ ପରିବାର ଏବେ ଚିନ୍ତାରେ ଅଛନ୍ତି ।
ସୂଚନା ଅନୁଯାୟୀ ଲେମ୍ବୁପାଳ ଗାଁ ନିକଟରେ ଥିବା କେନାଲ ବନ୍ଧଟି ଦୁର୍ବଳ ହୋଇପଡିଥିଲା । କେନାଲରେ ଜଳ ପତନ ବୃଦ୍ଧି ଯୋଗୁଁ ବନ୍ଧ ଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ଏହି ସବୁ ରେଙ୍ଗାଳୀ କେନାଲ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ କେନାଲ ବନ୍ଧ ଭୁଷୁଡି ପଡିଥିବା ଅଭିଯୋଗ ହେଉଛି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ତେବେ ଯେଉଁ ୩୦ ଫୁଟର ଘାଇ ସୃଷ୍ଟି ହୋଇଥିଲା ତାହା ଏବେ ବଢି ୫୦ ଫୁଟ ହୋଇଗଲାଣି । ଏପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଆସିନାହାନ୍ତି ଓ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking