27.8 C
Bhubaneswar
Friday, April 19, 2024
Homeଓଡିଶାବରୀ ନିର୍ବାଚନ ମଣ୍ଡଳୀରେ ଭାଜପା ସ୍ଥିତି ଦୋହଲି ଯାଉଛି, ୩୬ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଛାଡିଲେ...

ବରୀ ନିର୍ବାଚନ ମଣ୍ଡଳୀରେ ଭାଜପା ସ୍ଥିତି ଦୋହଲି ଯାଉଛି, ୩୬ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଛାଡିଲେ ଦଳ

ଯାଜପୁର (ଅଭିମନ୍ୟୁ ମିଶ୍ର ) : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବିକଳ୍ପ ଭାବେ ଗତ ପଂଚାୟତ ଓ ବିଧାନସଭା ନିର୍ବାଚନରେ ଉଭା ହୋଇଥିଲା । ସଂଗଠନକୁ ସୁଦୁଢ କରିଥିଲା । ଗତ ବିଧାନସଭା ସଭା ନିର୍ବାଚନ ପରେ ଭାଜପା ସ୍ଥିତି କ୍ରମଶଃ ବିଗିଡି ବାର ସ୍ଥିତି ଉପୁଜିଛି । ଦଳ ମଧ୍ୟ୍ୟରେ ଅନ୍ତ ଦ୍ୱନ୍ଦ୍ୱ ଘନେଇବା ଯୋଗୁ ଭାଜପାର ସମର୍ଥ ଓ ଜିଲ୍ଲା ପରିଷଦ ସଭ୍ୟ ଦଳରୁ ମୁଂହ ବୁଲାଇ ବିଜେଡ଼ିରେ ଯୋଗ ଦେବା ଯୋଗୁ ଦଳର ତିଷ୍ଠି କ୍ରମଶଃ ଦୃର୍ବଳ ଆଡକୁ ଗତିକରୁଛି । ଭାଜପା ଟିକେଟ ଗତ ପଂଚାୟତ ନିର୍ବାଚନରେ ୬ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ନିର୍ବାଚିତ ହୋଇଥିଲେ । ଏବେ ୩ଜଣ ଜିଲ୍ଲା ପରିଷଦ ସଭ୍ୟ ଅଛନ୍ତି । ପୂର୍ବରୁ ବରୀ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀଙ୍କ ମନମୁଖୀ ଓ ଜିଲ୍ଲା ସଭାପତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଦୁଇଜଣ ଇସ୍ତଫା ଦେଇଥିଲେ। ବୁଧବାରେ ୩୬ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଚତୃଭୂର୍ଜ ଦ୍ୱିବେଦୀ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ପତ୍ର ରାଜ୍ୟ ସଭାପତି ନିକଟକୁ ପଠାଇ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସୁସଂଗଠକ ଦଳୀୟ କାର୍ଯ୍ୟକ୍ରମରୁ ଦୁରେଇ ରଖାଯିବ ସଂଗେ ଦଳ ତାଙ୍କୁ ଅଣଦେଖା କରୁଥିଲା।  ସେ ଦଳର ୨୫ବର୍ଷ ସମ୍ପର୍କକୁ ଛିହ୍ନ କରିଛନ୍ତି। ବରୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ତଥା ନେତା ବିଶ୍ଵ ରଞ୍ଜନ ମଲ୍ଲିକଙ୍କ ମନମୁଖି କାର୍ଯ୍ୟରେ ପୁରୁଣା ବରିଷ୍ଠ ନେତାମାନେ ଅସନ୍ତୋଷ ହୋଇ ଦଳ ଛାଡୁଛନ୍ତି । ସେ ମାନଂକୁ ଦଳୀୟ କାର୍ଯ୍ୟକ୍ରମରେ ଉପେକ୍ଷା କରାଯାଉଛି।ଦ୍ୱିବେଦୀଙ୍କ ଇସ୍ତଫା ପରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି ।  ଏପରି ପରିସ୍ଥିତି ଲାଗି ରହିଲେ ବରୀ ନିର୍ବାଚନ ମଣ୍ଡଳୀରେ ବିଜେପି ସ୍ଥିତି ବୁମେରଂକ୍ଷ ହେବ ଏଡାଇ ଦିଆଯାଇ ନପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking