37.1 C
Bhubaneswar
Monday, June 1, 2026
Homeଓଡିଶାକ୍ଷୁଦ୍ର ଜମାକାରୀଙ୍କୁ ଆଶ୍ବସ୍ତି: ଅଗଷ୍ଟ ୩୧ ଯାଏଁ ବଢ଼ିଲା ଟଙ୍କା ଫେରସ୍ତ ଅବଧି

କ୍ଷୁଦ୍ର ଜମାକାରୀଙ୍କୁ ଆଶ୍ବସ୍ତି: ଅଗଷ୍ଟ ୩୧ ଯାଏଁ ବଢ଼ିଲା ଟଙ୍କା ଫେରସ୍ତ ଅବଧି

ଭୁବନେଶ୍ୱର: ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ବଡ଼ ଖବର । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ପୁଣି ସମୟ ଦେଲେ ସରକାର। ଅଗଷ୍ଟ ୩୧ ଯାଏଁ ରହିବ ଜାରି ରହିବ ଫେରସ୍ତ ପ୍ରକ୍ରିୟା । ଏବେ ଟଙ୍କା ଫେରସ୍ତ ପାଇଁ ଆଉ ମୂଳ ରସିଦର ଆବଶ୍ୟକତା ନାହିଁ । ରାଜ୍ୟର କ୍ଷୁଦ୍ର ଜମାକାରୀମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ତରଫରୁ ଏକ ଆଶ୍ୱାସନାଜନକ ଖବର ପ୍ରକାଶ ପାଇଛି । ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନଙ୍କ ସୁପାରିଶ କ୍ରମେ, କ୍ଷୁଦ୍ର ଜମାକାରୀମାନଙ୍କୁ ସେମାନଙ୍କର ଜମା ଟଙ୍କା ଫେରସ୍ତ କରିବା ପ୍ରକ୍ରିୟାକୁ ଅଧିକ ସରଳ କରାଯାଇଛି । ବର୍ତ୍ତମାନ ଟଙ୍କା ଫେରସ୍ତ ପାଇବା ପାଇଁ ମୂଳ ଜମା ରସିଦ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ । ବହୁ କ୍ଷୁଦ୍ର ଜମାକାରୀଙ୍କ ପାଖରେ ମୂଳ ଜମା ରସିଦ ଉପଲବ୍ଧ ନାହିଁ । ତେଣୁ କ୍ଷୁଦ୍ର ଜମାକାରୀ କେବଳ ପରିଚୟ ପତ୍ର ଦେଖାଇ ଜମା ଟଙ୍କା ପାଇ ପାରିବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା । ଜମାକାରୀମାନେ www.opid.odisha.gov.in ୱେବସାଇଟ୍‌କୁ ଯାଇ ଆବେଦନ ପତ୍ରର ସ୍ଥିତି ଯାଞ୍ଚ କରିପାରିବେ।ଯୋଗ୍ୟ ଜମାକାରୀମାନେ ସ୍ଥାନୀୟ ଆର୍‌ଆଇଙ୍କ ନିକଟରେ ଆବଶ୍ୟକ ଦସ୍ତାବିଜ ଦାଖଲ କରିବେ ।ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଇଏଫ୍‌ଏସି କୋଡ୍ ଜମା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking