34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶଆରବିଆଇ ବଡ଼ ଘୋଷଣା: ୨୦୦୦ ଟଙ୍କିଆ ନୋଟ୍ ଡିପୋଜିଟ୍ ଓ ଏକ୍ସଚେଞ୍ଜ ଅବଧି ବୃଦ୍ଧି

ଆରବିଆଇ ବଡ଼ ଘୋଷଣା: ୨୦୦୦ ଟଙ୍କିଆ ନୋଟ୍ ଡିପୋଜିଟ୍ ଓ ଏକ୍ସଚେଞ୍ଜ ଅବଧି ବୃଦ୍ଧି

ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ଘୋଷଣା କରିଛି । ନୋଟର ଡିପୋଜିଟ ଓ ଏକ୍ସଚେଞ୍ଜର ଅବଧି ବୃଦ୍ଧି କରାଯାଇଛି । ଆସନ୍ତା ମାସ ୭ ତାରିଖ ମଧ୍ୟରେ ଜନସାଧାରଣ ୨ ହଜାର ଟଙ୍କିଆ ନୋଟ ବଦଳି କରିପାରିବେ । ପୂର୍ବରୁ ନୋଟ ବଦଳିର ଅନ୍ତିମ ତାରିଖ ସେପ୍ଟେମ୍ବର ୩୦ ତାରିଖ ରହିଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ଏହି ଅବଧିକୁ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ ଜମା କରିବା ଓ ବଦଳାଇବା ନେଇ ଆରବିଆଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲା ।

ମାତ୍ର ବର୍ତ୍ତମାନ ସୁଦ୍ଧା ସମସ୍ତ ନୋଟ ବ୍ୟାଙ୍କକୁ ଫେରି ନଥିବା ଜଣାପଡ଼ିଥିଲା । ଏବେ ବି ମାର୍କେଟରେ ଆହୁରି ୨୦୦୦ ଟଙ୍କିଆ ନୋଟ ରହିଛି । ତେଣୁ ଉକ୍ତ ନୋଟକୁ ବ୍ୟାଙ୍କକୁ ଫେରାଇ ଆଣିବା ପାଇଁ ଆରବିଆଇ ଏହି ବଡ଼ ନିଷ୍ପତ୍ତି ନେଇଛି । ୨୦୦୦ ଟଙ୍କିଆ ନୋଟ ବଦଳାଇବାର ଆଜି ଅନ୍ତିମ ତାରିଖ ରହିଥିଲା । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ ଏହି ଅବଧିକୁ ବୃଦ୍ଧି କରିପାରେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ମାତ୍ର ଶେଷରେ ସବୁଆଡ଼କୁ ବିଚାର କରି ଆରବିଆଇ ନୋଟ ଏକ୍ସଚେଞ୍ଜର ଅବଧି ବୃଦ୍ଧି ଘୋଷଣା କରିଥିଲା । ଗତ ୨ ତାରିଖ ସୁଦ୍ଧା ବ୍ୟାଙ୍କକୁ ୯୩ ପ୍ରତିଶତ ନୋଟ ଫେରିଥିବା ବେଳେ ବଜାରରେ ମାତ୍ର ୭ ପ୍ରତିଶତ ନୋଟ ରହିଥିବା ଜଣାପଡ଼ିଥିଲା । ଗତ ମେ ମାସ ୧୯ ତାରିଖରେ ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking