30.1 C
Bhubaneswar
Thursday, May 9, 2024
Homeଅପରାଧ୧୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲେ ୬ ମଦ୍ୟପ

୧୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କଲେ ୬ ମଦ୍ୟପ

ପାଟନା : ବିହାରରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ୬ ଜଣ ମଦ୍ୟପ ଗଣଦୁଷ୍କର୍ମ କରିଥିବା ନେଇ ଖବର ଆସିଛି । ଉଜ୍ଜୈନ ପରେ ବିହାରର ପାଟନା ନିକଟବର୍ତ୍ତୀ ଏକ ଗାଁରେ ଏହି ଗଣଦୁଷ୍କର୍ମ ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ନାବିଳିକାଜଣଙ୍କ ବାହାରକୁ ଶୌଚ ହେବାକୁ ଯାଇଥିଲେ । ସେଠାରୁ ଜଣେ ବ୍ୟକ୍ତି ତାଙ୍କୁ ଉଠେଇ ନେଇଥିଲା । ପରେ ସେ ଅନ୍ୟ ୫ ଜଣଙ୍କୁ ଡାକି ନାବାଳିକାଙ୍କୁ ଗୁଣଦୁଷ୍କର୍ମ କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେପଟେ ଦୁଷ୍କର୍ମ ପରେ ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଛାଡ଼ି ଦେଇ ୬ ଅଭିଯୁକ୍ତ ଚମ୍ପଟ ମାରିଥିଲେ । ତାପରଦିନ ସକାଳେ ପରିବାର ଲୋକେ ଘର ପାଖ ଏକ ଚାଷ ଜମିରୁ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ । ସେପଟେ ପୋଲିସ ମାମଲାର ଛାନଭିନ ଚଳାଇଥିବା ବେଳେ ୩ ଅଭିଯୁକ୍ତ ବିଟ୍ଟୁ କୁମାର, ରବି କୁମାର ଏବଂ ସୁରଜ କୁମାରକୁ ଗିରଫ କରିଛି । ଅନ୍ୟ ୩ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଏସପି ସୟଦ ଇମ୍ରାନ୍‌ ମସୁଦ କହିଛନ୍ତି । ଅନ୍ୟପଟେ ନିକଟରେ ଉଜ୍ଜୈନରେ ଜଣେ ୧୨ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଖବର ଆଲୋଡନ ସୃଷ୍ଟି କରିଥିଲା । ନାବାଳିକା ଜଣଙ୍କ ନିର୍ବସ୍ତ୍ର ଏବଂ ରକ୍ତ ଜୁଜୁବୁଡୁ ଅବସ୍ଥାରେ ଦୁଆର ଦୁଆର ବୁଲି ସାହାଯ୍ୟ ମାଗୁଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା । ପରେ ଏକ ଆଶ୍ରମ ସାମ୍ନାରେ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ପୀଡ଼ିତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking