34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶକୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର; ୨୬ରେ ପହଞ୍ଚିଲାଣି ସଂଖ୍ୟା

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର; ୨୬ରେ ପହଞ୍ଚିଲାଣି ସଂଖ୍ୟା

ଜୟପୁର : ରାଜସ୍ଥାନ କୋଟାରେ ଥମୁନି ଛାତ୍ର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା । ଆଜି ଜାତୀୟସ୍ତରର ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଉ ଜଣେ ଛାତ୍ର ଜୀବନ ହାରିଥିବା ଅଭିଯୋଗ ହୋଇଛି । ଆଜି ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସେ ରହୁଥିବା କୋଠରୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ର ଉତ୍ତର ପ୍ରଦେଶର ବାସିନ୍ଦା ଓ ଗତ ବର୍ଷ ହେବ ସେ କୋଟାରେ ରହି ନିଟ୍ ପରୀକ୍ଷା ପାଇଁ ସେଲ୍ଫ ଷ୍ଟଡି କରୁଥିବା ପ୍ରାଥମିକ ଭାବେ ଜଣାପଡିଛି । ଆଜିର ସଂଖ୍ୟାକୁ ମିଶାଇ କେବଳ ଚଳିତବର୍ଷ ସନ୍ଦେହଜନକ ଛାତ୍ର ଆତ୍ମହତ୍ୟା ସଂଖ୍ୟା ୨୬ରେ ପହଞ୍ଚିଛି । ସୂଚନା ଅନୁସାରେ, ମୃତ ଛାତ୍ରଙ୍କ ନାମ ତନବିର ଓ ସେ ଉତ୍ତର ପ୍ରଦେଶର ବାସିନ୍ଦା ।

ତାଙ୍କ ପିତା ମହମ୍ମଦ ହୁସେନ କୋଟାରେ ଏକ କୋଚିଂ ସେଣ୍ଟରରେ ଏକାଦେଶ ଓ ଦ୍ବାଦଶ ଶ୍ରେଣୀର ପିଲାଙ୍କୁ କୋଚିଂ ଦେଉଛନ୍ତି । ପୁଅ ତନବିର କୋଟାରେ ରହି, କୌଣସି କୋଚିଂ ସେଣ୍ଟରରେ କୋଚିଂ ନନେଇ ନିଜେ ଗତ ବର୍ଷେ ହେଲାଣି ନିଟ୍ ପରୀକ୍ଷା ପାଇଁ ସେଲ୍ଫ ଷ୍ଟଡି ଚଳାଇଥିଲେ । ତେବେ ସେ ରହୁଥିବା କୋଠରୀରେ ତାଙ୍କୁ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିଲା । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ପରି ମନେ ହେଉଛି । ସୂଚନା ପାଇବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ପରିବାର ସଦସ୍ୟଙ୍କଠାରୁ ମୃତ ଛାତ୍ରଙ୍କ ପରୀକ୍ଷା ପ୍ରସ୍ତୁତି ଓ ଅନ୍ୟ ସମ୍ପର୍କରେ ସୂଚନା ସଂଗ୍ରହ କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking