33.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରନୟାପଲ୍ଲୀ ଥାନାରେ ହାଜର ହେଲେ ରଶ୍ମିଙ୍କ ପୂର୍ବତନ ପୁରୁଷ ବନ୍ଧୁ

ନୟାପଲ୍ଲୀ ଥାନାରେ ହାଜର ହେଲେ ରଶ୍ମିଙ୍କ ପୂର୍ବତନ ପୁରୁଷ ବନ୍ଧୁ

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଟ୍ୱିଷ୍ଟ । ନୟାପଲ୍ଲୀ ଥାନାରେ ହାଜର ହେଲେ ପୂର୍ବ ବୟଫ୍ରେଣ୍ଡ ରାଜା । ପୋଲିସ ର ନୋଟିସ ଅନୁସାରେ ଥାନାରେ ହାଜର ହୋଇଛନ୍ତି । ଚାଲିଛି ପଚରା ଉଚରା । ଅଭିଯୋଗ ଘେରକୁ ଆସିଥିବା ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ଙ୍କୁ ଖୋଜୁଛି ପୋଲିସ । ଲିଭ ଇନ୍ ରିଲେନ୍ସିପ ରେ ଥିବା ରଶ୍ମି ଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ଙ୍କୁ ନୋଟିସ୍ ଜାରି କରିଛି ପୋଲିସ । ମୃତ୍ୟୁ ପରଠୁ ସନ୍ତୋଷ ପାତ୍ର ଙ୍କ ପତ୍ତା ମିଳୁନି । ଏପରିକି ତାଙ୍କ ଫୋନ ସ୍ୱଚ ଅଫ ମଧ୍ୟ ଆସୁଛି । ଝିଅର ମୃତ୍ୟୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ମଧ୍ୟ ସନ୍ତୋଷ ପାତ୍ର ଙ୍କୁ ଦାୟୀ କରି ଆସୁଛନ୍ତି ।
ସୂଚନା ଅନୁଯାୟୀ, ଭଡା ଘରୁ ଝୁଲନ୍ତା ଅବସ୍ଥାରେ ଟେଲି ଅଭିନେତ୍ରୀ ରଶ୍ମି ରେଖା ଓଝାଙ୍କ ମୃତଦେହ ମିଳିଥିଲା । ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି ସେ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି । ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍ ହ୍ୟାଙ୍ଗିଙ୍ଗ ଜନିତ ବୋଲିପୋଷ୍ଟ ମର୍ଟମ ରିପୋର୍ଟରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking