39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୨୬ ରୁ ୨୮ ଜର୍ମାନୀ-ୟୁଏଇ ଯିବେ ପ୍ରଧାନମନ୍ତ୍ରୀ

୨୬ ରୁ ୨୮ ଜର୍ମାନୀ-ୟୁଏଇ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୬-୨୮ ଯାଏଁ ଜର୍ମାନୀ-ୟୁଏଇ ଗସ୍ତରେ ଯିବେ । ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏହା ପ୍ରକାଶ କରାଯାଇଛି । ମନ୍ତ୍ରାଳୟ ଅନୁସାରେ, ପ୍ରଧାନମନ୍ତ୍ରୀ ଜି-୭ ଶିଖର ସମ୍ମିଳନୀର ବୈଠକରେ ଭାଗ ନେବା ଲାଗି ଜର୍ମାନୀର ଚାନସେଲର ଓଲାଫ ସ୍କଲଜଙ୍କ ନିମନ୍ତ୍ରଣ କ୍ରମେ ଜୁନ୍ ୨୬-୨୭ ତାରିଖ ଯାଏ ସ୍କଲସ ଏଲମାଓ ଯିବେ । ଜି-୭ ଶିଖର ସମ୍ମିଳନୀର ଆୟୋଜନ ଜର୍ମାନୀର ଅଧ୍ୟକ୍ଷତାରେ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଶିଖର ସମ୍ମିଳନୀରେ ଭାଗ ନେବା ସହ ଏଥିରେ ସାମିଲ ହୋଇଥିବା କିଛି ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ବି କରିବାର କାର୍ଯ୍ୟକ୍ରମ ରହିଛି । ଜି-୭ ସମ୍ମିଳନୀରେ ଭାଗ ନେବା ପରେ ସେ ୟୁଏଇ ଯିବେ । ଜୁନ୍ ୨୮ ତାରଇକ ରାତିରେ ସେ ୟୁଏଇରୁ ଫେରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking