19.1 C
Bhubaneswar
Monday, November 18, 2024
Homeଅପରାଧ୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ଲକ୍ଷ୍ନୌ : ମାମୁ ସାଜିଲା କଂସ । ୫ ବର୍ଷର କୁନି ଭାଣିଜୀକୁ ବଳାତ୍କାର ପରେ ହତ୍ୟା କଲା ମାମୁ । ଭାଣିଜୀକୁ ଆଇସ୍‌କ୍ରିମ୍ ଲୋଭ ଦେଖାଇ ଘରୁ ଉଠାଇ ନେବା ପରେ ଜଙ୍ଗଲରେ ତା’ ହାତ ଗୋଡ଼ ବାନ୍ଧି ପ୍ରଥମେ ନିଜ ଦୁସ୍ତ କାବନା ଚରିତାର୍ଥ କଲା । ଭାଣିଜୀ ଯେତେ କାକୁତିମିନତି ହେଲେ ବି ଏହି ପିଶାଚ ମାମୁର ହୃଦୟ କିନ୍ତୁ ତରଳିନଥିଲା । କେବଳ ଏତିକିରେ ସରିନଥିଲା ମାମୁର କ୍ରୁରତା । ଦୁଷ୍କର୍ମ କରିବା ପରେ ସେ ଭାଣିଜୀର ହାତ କାଟି ଦେଇ ତାକୁ ହତ୍ୟା ବି କରିଥିଲା । ଆଉ ରାତିରେ ନିଜେ ହିଁ ମୃତଦେହକୁ ଧରି ଘର ସାମ୍ନାରେ ଫିଙ୍ଗି ଦେଇ ଆସିଥିଲା । ୨୦୧୪ ମସିହାରେ ଘଟିଥିବା ଏହି ଜଘନ୍ୟ କାଣ୍ଡରେ ଏବେ ମାମୁକୁ ପକ୍‌ସୋ ଅଦାଲତ ଫାଶୀ ଦଣ୍ଡ ଦେଇଛନ୍ତି । କୋର୍ଟ କହିଛନ୍ତି, ଏଭଳି ଜଘନ୍ୟ କାଣ୍ଡ କରିଥିବା ଦୋଷୀକୁ ମରିବା ଯାଏଁ ଫାଶୀ ଖୁଣ୍ଟରେ ଝୁଲାଯାଉ । ଏମିତି ଲୋକ ସମାଜରେ ରହିବା ଯୋଗ୍ୟ ନୁହେଁ । ନିଜ ସମ୍ପର୍କୀୟ ଭାଣିଜୀ, ଯାହାର ବୟସ ମାତ୍ର ୫ ବର୍ଷ ତାହାକୁ ଦୁଷ୍କର୍ମ କରିବା ଏକ ଅକ୍ଷମଣୀୟ ଅପରାଧ । ଏଣୁ ଦୋଷୀକୁ ଫାଶୀ ଦଣ୍ଡାଦେଶ ହୋଇଛି । ଫଳରେ ୮ ବର୍ଷ ପରେ ନ୍ୟାୟ ପାଇଛି କୁନି ଝିଅ । ସୂଚନାଯୋଗ୍ୟ, ୨୦୧୪ ମସିହା ଏପ୍ରିଲ ୪ ତାରିଖରେ ଲକ୍ଷେ୍ମøର ଜଣେ ବ୍ୟକ୍ତି ପୋଲିସରେ ଖବର ଦେଇଥିଲେ ଯେ ତାଙ୍କ ନାତୁଣୀ କୁଆଡ଼େ ଚାଲିଯାଇଛି । ଏହି ଘଟଣାରେ ପୋଲିସ ଖୋଜାଖୋଜି କରିବା ବେଳେ ଝିଅର ମାମୁ ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ପୁଅ, ମୃତ ଦେହକୁ ଆଣି ଘର ସାମ୍ନାରେ ରଖିଥିଲେ । ମୃତ କୁନି ଝିଅର ଦୁଇ ହାତ ବନ୍ଧା ଯାଇଥିବା ବେଳେ ହାତ ଶିରା କଟାଯାଇଥିଲା । ଏଥିସହ ମାମୁ ନିଜେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଦୀର୍ଘ ୮ ବର୍ଷ ହେଲାଣି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking