29.1 C
Bhubaneswar
Friday, July 11, 2025
Homeଅପରାଧନାବାଳିକା ଦୁଷ୍କର୍ମକାରୀକୁ ୫ ବର୍ଷ ଜେଲ୍‌

ନାବାଳିକା ଦୁଷ୍କର୍ମକାରୀକୁ ୫ ବର୍ଷ ଜେଲ୍‌

ସୁନ୍ଦରଗଡ଼: ୨୦୧୬ ଜୁଲାଇ ୧୨ରେ ବୀରମିତ୍ରପୁର ଥାନା କ୍ୟାଣ୍ଟିନଦଫାଇ ଅଞ୍ଚଳରେ ଏକ ୧୪ ବର୍ଷିୟା ନାବାଳିକା ଦୁଷ୍କର୍ମ ମାମଲାରେ ଆଜି ସୁନ୍ଦରଗଡ଼ ପକ୍ସୋ କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ନାଗର ବୁଡ଼ା (୫୮)କୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟରେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି ।
ସୂଚନା ଅନୁଯାୟୀ, ନାବାଳିକା ଜଣକ ୧୨ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଗାଁ ଦାଣ୍ଡରେ ଥିବା ବେଳେ ଆସାମୀ ନାଗର ତାଙ୍କୁ ନିଜ ଘର ଭିତରକୁ ଟାଣି ନେଇ କବାଟ କିଳି ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଘଟଣା ପରେ ନାବାଳିକା କାନ୍ଦି କାନ୍ଦି ଆସି ମା’ଙ୍କୁ ସବୁ କଥା କହିଥିଲେ । ନାଗରକୁ ମା’ ପଚାରିବା ପରେ ସେ କୁଆଡ଼େ ଦୁଷ୍କର୍ମ ଘଟଣାକୁ ସ୍ୱୀକାର କରିଥିଲା ।

ଏହା ଜଣାପଡ଼ିବା ପରେ ୭ ବର୍ଷର ପଡ଼ୋଶୀ କୁନି ଝିଅ ମଧ୍ୟ ନାଗରଙ୍କ ନାମରେ ଅନୁରୂପ ଅଭିଯୋଗ ଆଣିଥିଲେ । କାହାକୁ କହିଲେ ଜୀବନରେ ମାରିଦେବାର ଧମକ ଦେବାରୁ ଝିଅ ଚୁପ୍ ହୋଇଯାଇଥିବା ପ୍ରକାଶ କରିଥିଲେ । ପୀଡ଼ିତାଙ୍କ ମା’ ବୀରମିତ୍ରପୁର ଥାନାରେ ଏତଲା ଦେବା ପରେ ପୁଲିସ ଭାରତୀୟ ଦଣ୍ଡବିଧି ଶିଶୁ ଯୌନ ନିର୍ଯାତନା ସୁରକ୍ଷା ଆଇନ (ପକ୍ସୋ)ରେ ମାମଲା ରୁଜୁ କରିଥିଲା । ଏହା ପରେ ୧୩ ତାରିଖରେ ନାଗରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ମାମଲାର ବିଚାର ଚାଲିଥିବା ବେଳେ ପୁଲିସ ରିପୋର୍ଟ ଓ ସାକ୍ଷୀମାନଙ୍କ ବୟାନ ସହ ଅନ୍ୟ ପ୍ରମାଣକୁ ଭିତ୍ତି କରି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପକ୍ସୋ କୋର୍ଟ ଜଜ୍ ମହେନ୍ଦ୍ର କୁମାର ସୂତ୍ରଧର ଦଣ୍ଡ ଶୁଣାଇଛନ୍ତି । ସ୍ୱତନ୍ତ୍ର ଜନଅଭିଯୋଜକ (ପିପି) ଦେବାଶିଷ ମିଶ୍ର ମାମଲାର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking