34.1 C
Bhubaneswar
Thursday, April 25, 2024
Homeଓଡିଶାବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଫୁଲବାଣୀ : ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରି ପ୍ରତାରିତ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ଜଣକ ହେଲେ ଫିରିଙ୍ଗିଆ ଥାନା ନୂଆପଦରର ବିନୋଦ କୁମାର ସାହୁ । ପୀଡିତା ଯୁବତୀ ଜଣକ ଗତ ବର୍ଷ ଫୁଲବାଣୀରେ ଏକ ଭଡା ଘରେ ରହୁଥିବା ସମୟରେ ଅଭିଯୁକ୍ତ ବିନୋଦ ତାଙ୍କ ଘରକୁ ଆସି ବିବାହ କରିବା ପାଇଁ ଲୋଭ ଦେଖାଇଥିଲେ । ଏହା ପରେ ସେ ଯୁବତୀଙ୍କୁ ନିଜ ଗ୍ରାମକୁ ନେଇ ଘରେ ରଖି ଶାରୀରିକ ସଂପର୍କ ସ୍ଥାପନ କରିଥିଲେ । କିଛି ଦିନ ପରେ ତଙ୍କୁ ଗାଳିଗୁଲଜ କରିବା ସହ ପୀଡ଼ିତାଙ୍କୁ ତାଙ୍କ ମାମୁ ଘରେ ଛାଡି ଦେଇଥିଲେ । ଇତି ମଧ୍ୟରେ ପୀଡିତା ଗର୍ଭବତୀ ଥିବା ଜାଣିପାରି ବିନୋଦଙ୍କୁ ଏ ବିଷୟ ଜଣାଇବା ପରେ ସେ ଗର୍ଭ ନଷ୍ଟ କରିବା ପାଇଁ କହି ତାଙ୍କ ଇଚ୍ଛା ବିରୋଧରେ ଔଷଧ ଦେଇଥିଲେ । ଗର୍ଭ ନଷ୍ଟ ହେବା ପରେ ସେ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ କହିଥିଲେ । ପୁଣି ଗତ ୫ ତାରିଖ ଦିନ ସେ ଯୁବତୀଙ୍କୁ ଫୁଲବାଣୀ ଡକାଇ ଏକ ହୋଟେଲରେ ନେଇ ରଖିଥିଲେ । ଯୁବତୀଙ୍କ ମା’ ଏ ବିଷୟ ଜାଣିପାରି ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିନୋଦକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking