ଭୁବନେଶ୍ୱର : ଆନ୍ତର୍ଜାତିକ ନିର୍ମାଣ ଓ ଜଙ୍ଗଲ କର୍ମଚାରୀ ମହାସଂଘର ଆନ୍ତର୍ଜାତିକ ପରିଚାଳନା ବୋର୍ଡ଼ର ଗତକାଲି
୨୭.୦୪.୨୦୨୧ ରିଖରେ ମହାସଂଘର ଆନ୍ତର୍ଜାତିକ ପରିଚାଳନା ବୋର୍ଡ଼ରେ ପ୍ରବାସୀ ଶ୍ରମିକ କମିଟିର
ଅଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଡଃ ଖୁଣ୍ଟିଆ ଭାରତୀୟ ନିର୍ମାଣ ଓ ଜଙ୍ଗଲ କର୍ମଚାରୀ
ମହାସଂଘର ସଭାପତି ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ଓଡ଼ିଶା ଶାଖାର ସଭାପତି
ଭାବରେ ଜାତିସଂଘ,ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଆଇ.ଏଲ୍.ଓ, ନିର୍ମାଣ କର୍ମଚାରୀ ମହାସଂଘ, ଏସିଆ ମହାଦେଶ
ପ୍ରବାସି ମହାସଂଘ ଫୋରମ୍ ସଲିଡାରିଟ୍ ସେଌକ୍ଷଗ୍ଧ;ର ଆବୁଦାବି ଆଲୋଚନା କଲୋମ୍ବ ପ୍ରସେସ୍ ଭଳି ବିଭିନ୍ନ
ଉଚ୍ଚସ୍ତରୀୟ ସମ୍ମଳିନୀରେ ଯୋଗ ଦେଇ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନ
କରିଥିଲେ । ଭାରତ ତଥା ଏସିଆ ମହାଦେଶର ମଧ୍ୟ ପ୍ରାଚ୍ୟ ଦେଶ ତଥା ଆବୁଦାବି, ଦୁବାଇ, କୁଏତ୍ ଠାରେ
କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ସଂଗଠିତ କରିବା ସହିତ କୋଭିଡ଼୍-୧୯ ସଂକ୍ରମଣ ପରିସ୍ଥିତିରେ ଆନ୍ତର୍ଜାତିକ
କର୍ମଚାରୀ ମହାସଂଘ ତଥା ଭାରତ ସରକାରଙ୍କ ସହଯୋଗରେ ବହୁ ଶ୍ରମିକଙ୍କୁ ବିଦେଶ ଫେରାଇ ଆଣିବା ପାଇଁ
ସଫଳ ହୋଇଥିଲେ । ସେହିପରି ଆନ୍ତରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ନିଜ ରାଜ୍ୟକୁ
ଫେରାଇ ଆଣିବା ପାଇଁ ବିଶେଷ ଭାବରେ ଓଡ଼ିଶା ପ୍ରଦେଶ ଶ୍ରମିକ ମାନଙ୍କୁ ବିଭିନ୍ନ ରାଜ୍ୟରୁ ଆଣିବା ପାଇଁ
ସାହାଯ୍ୟ କରଥିଲେ । ଶ୍ରୀ ଖୁଌକ୍ଷଗ୍ଧ;ିଆଙ୍କର ଅଭିଜ୍ଞତା ଓ ଉଦ୍ୟେମକୁ ପ୍ରଶଂସା କରିବା ସହିତ ସାଧାରଣ ସଂପାଦକ
ଆମ୍ବେଦ ୟୁସୁନ୍ଙ୍କ ପ୍ରସ୍ତାବ ଅନୁଯାୟୀ ପେର ବୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନ୍ତର୍ଜାତିକ ବୋର୍ଡ଼ରେ
ସର୍ବସମ୍ମତି କ୍ରମେ ତାଙ୍କୁ ପ୍ରବାସି ଶ୍ରମିକଙ୍କ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି । ଡଃ
ଖୁଌକ୍ଷଗ୍ଧ;ିଆ ଏହି ବୈଠକରେ କୋଭିଡ଼୍ – ୧୯ର ଦ୍ୱିତୀୟ ଥର ସଂକ୍ରମଣରେ ଉଦ୍ବେଗଜନକ ପରିସ୍ଥିତି, ଶ୍ରମିକ
କର୍ମଚାରୀଙ୍କ ବେରୋଜଗାରୀ ଓ ଡାକ୍ତରଖାନରେ ଶଯ୍ୟା, ଅକ୍ସିଜେନ୍, ଭେଌକ୍ଷଗ୍ଧ;ିଲେଟର ଓ ଭ୍ୟାକ୍ସିନ୍ ପ୍ରସ୍ତୁତ
ପାଇଁ କଞ୍ଚା ମାଲର ଅଭାବ ଦୃଷ୍ଟିରୁ ଜଟିଳ ପରିସ୍ଥିତିରେ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାର କୋଭିଡ଼୍
ସମୟରେ ଆବଶ୍ୟକୀୟ ଆୟୋଜନ କରୁଥିବାରେ ବିଫଳ ହୋଇଥିବାରୁ ଭାରତରେ ୨୪ ଘଂଟା ମଧ୍ୟରେ ୩
ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମଣ ଓ ୨୮ ଶହରୁ ଉର୍ଦ୍ଧ୍ୱ ମୃତାହତ ହୋଇଛନ୍ତି । ଭାରତର ପରିସ୍ଥିତି
ସଂପର୍କରେ ଏହି ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ କରାଯାଇଥିଲା ଏବଂ ଏହି ବୈଠକରେ ଅନ୍ୟ ଏକ
ପ୍ରସ୍ତାବରେ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଶ୍ରମିକ କର୍ମଚାରୀଙ୍କ ମୌଳିକ ଅଧିକାର ଓ ସ୍ୱାସ୍ଥ୍ୟ ନିରାପତାକୁ ଆଇ.ଏଲ.ଓ
ସଂଗଠନର କୋର କନ୍ଭେନସନରେ ଯୋଡ଼ିବା ପାଇ ଦାବୀ କରାଯାଇଛି । ଏହି ବୈଠକରେ ୧୮ ଜଣ
ବୋର୍ଡ଼ ମେମ୍ବର ଓ ୪୪ ଜଣ ନିମନ୍ତ୍ରିତ ସଭ୍ୟ ଯୋଗ ଦେଇଥିଲେ ।