40.1 C
Bhubaneswar
Thursday, April 25, 2024
Homeଓଡିଶାବିଶିଷ୍ଟ ଶ୍ରମିକ ନେତା ଡଃ ରାମଚନ୍ଦ୍ର ଖୁଣ୍ଟିଆ ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘର ପ୍ରବାସୀ ଶ୍ରମିକ...

ବିଶିଷ୍ଟ ଶ୍ରମିକ ନେତା ଡଃ ରାମଚନ୍ଦ୍ର ଖୁଣ୍ଟିଆ ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘର ପ୍ରବାସୀ ଶ୍ରମିକ କମିଟିର ଅଧ୍ୟକ୍ଷ ଭାବରେ ନିର୍ବାଚିତ

ଭୁବନେଶ୍ୱର : ଆନ୍ତର୍ଜାତିକ ନିର୍ମାଣ ଓ ଜଙ୍ଗଲ କର୍ମଚାରୀ ମହାସଂଘର ଆନ୍ତର୍ଜାତିକ ପରିଚାଳନା ବୋର୍ଡ଼ର ଗତକାଲି
୨୭.୦୪.୨୦୨୧ ରିଖରେ ମହାସଂଘର ଆନ୍ତର୍ଜାତିକ ପରିଚାଳନା ବୋର୍ଡ଼ରେ ପ୍ରବାସୀ ଶ୍ରମିକ କମିଟିର
ଅଧ୍ୟକ୍ଷ ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଡଃ ଖୁଣ୍ଟିଆ ଭାରତୀୟ ନିର୍ମାଣ ଓ ଜଙ୍ଗଲ କର୍ମଚାରୀ
ମହାସଂଘର ସଭାପତି ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ଓଡ଼ିଶା ଶାଖାର ସଭାପତି
ଭାବରେ ଜାତିସଂଘ,ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଆଇ.ଏଲ୍‌.ଓ, ନିର୍ମାଣ କର୍ମଚାରୀ ମହାସଂଘ, ଏସିଆ ମହାଦେଶ
ପ୍ରବାସି ମହାସଂଘ ଫୋରମ୍ ସଲିଡାରିଟ୍ ସେଌକ୍ଷଗ୍ଧ;ର ଆବୁଦାବି ଆଲୋଚନା କଲୋମ୍ବ ପ୍ରସେସ୍ ଭଳି ବିଭିନ୍ନ
ଉଚ୍ଚସ୍ତରୀୟ ସମ୍ମଳିନୀରେ ଯୋଗ ଦେଇ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧୀୟ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନ
କରିଥିଲେ । ଭାରତ ତଥା ଏସିଆ ମହାଦେଶର ମଧ୍ୟ ପ୍ରାଚ୍ୟ ଦେଶ ତଥା ଆବୁଦାବି, ଦୁବାଇ, କୁଏତ୍ ଠାରେ
କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ସଂଗଠିତ କରିବା ସହିତ କୋଭିଡ଼୍‌-୧୯ ସଂକ୍ରମଣ ପରିସ୍ଥିତିରେ ଆନ୍ତର୍ଜାତିକ
କର୍ମଚାରୀ ମହାସଂଘ ତଥା ଭାରତ ସରକାରଙ୍କ ସହଯୋଗରେ ବହୁ ଶ୍ରମିକଙ୍କୁ ବିଦେଶ ଫେରାଇ ଆଣିବା ପାଇଁ
ସଫଳ ହୋଇଥିଲେ । ସେହିପରି ଆନ୍ତରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ନିଜ ରାଜ୍ୟକୁ
ଫେରାଇ ଆଣିବା ପାଇଁ ବିଶେଷ ଭାବରେ ଓଡ଼ିଶା ପ୍ରଦେଶ ଶ୍ରମିକ ମାନଙ୍କୁ ବିଭିନ୍ନ ରାଜ୍ୟରୁ ଆଣିବା ପାଇଁ
ସାହାଯ୍ୟ କରଥିଲେ । ଶ୍ରୀ ଖୁଌକ୍ଷଗ୍ଧ;ିଆଙ୍କର ଅଭିଜ୍ଞତା ଓ ଉଦ୍ୟେମକୁ ପ୍ରଶଂସା କରିବା ସହିତ ସାଧାରଣ ସଂପାଦକ
ଆମ୍ବେଦ ୟୁସୁନ୍‌ଙ୍କ ପ୍ରସ୍ତାବ ଅନୁଯାୟୀ ପେର ବୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆନ୍ତର୍ଜାତିକ ବୋର୍ଡ଼ରେ
ସର୍ବସମ୍ମତି କ୍ରମେ ତାଙ୍କୁ ପ୍ରବାସି ଶ୍ରମିକଙ୍କ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି । ଡଃ
ଖୁଌକ୍ଷଗ୍ଧ;ିଆ ଏହି ବୈଠକରେ କୋଭିଡ଼୍ – ୧୯ର ଦ୍ୱିତୀୟ ଥର ସଂକ୍ରମଣରେ ଉଦ୍‌ବେଗଜନକ ପରିସ୍ଥିତି, ଶ୍ରମିକ
କର୍ମଚାରୀଙ୍କ ବେରୋଜଗାରୀ ଓ ଡାକ୍ତରଖାନରେ ଶଯ୍ୟା, ଅକ୍‌ସିଜେନ୍‌, ଭେଌକ୍ଷଗ୍ଧ;ିଲେଟର ଓ ଭ୍ୟାକ୍‌ସିନ୍ ପ୍ରସ୍ତୁତ
ପାଇଁ କଞ୍ଚା ମାଲର ଅଭାବ ଦୃଷ୍ଟିରୁ ଜଟିଳ ପରିସ୍ଥିତିରେ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାର କୋଭିଡ଼୍‌
ସମୟରେ ଆବଶ୍ୟକୀୟ ଆୟୋଜନ କରୁଥିବାରେ ବିଫଳ ହୋଇଥିବାରୁ ଭାରତରେ ୨୪ ଘଂଟା ମଧ୍ୟରେ ୩
ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମଣ ଓ ୨୮ ଶହରୁ ଉର୍ଦ୍ଧ୍ୱ ମୃତାହତ ହୋଇଛନ୍ତି । ଭାରତର ପରିସ୍ଥିତି
ସଂପର୍କରେ ଏହି ବୈଠକରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଥିଲା ଏବଂ ଏହି ବୈଠକରେ ଅନ୍ୟ ଏକ
ପ୍ରସ୍ତାବରେ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଶ୍ରମିକ କର୍ମଚାରୀଙ୍କ ମୌଳିକ ଅଧିକାର ଓ ସ୍ୱାସ୍ଥ୍ୟ ନିରାପତାକୁ ଆଇ.ଏଲ.ଓ
ସଂଗଠନର କୋର କନ୍‌ଭେନସନରେ ଯୋଡ଼ିବା ପାଇ ଦାବୀ କରାଯାଇଛି । ଏହି ବୈଠକରେ ୧୮ ଜଣ
ବୋର୍ଡ଼ ମେମ୍ବର ଓ ୪୪ ଜଣ ନିମନ୍ତ୍ରିତ ସଭ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking