27.1 C
Bhubaneswar
Friday, July 11, 2025
Homeଓଡିଶାକରୋନା କାଳରେ ସେବାର ହାତ ବଢାଇଲା ଏ.ବି.ଭି.ପି

କରୋନା କାଳରେ ସେବାର ହାତ ବଢାଇଲା ଏ.ବି.ଭି.ପି

ଭବାନୀପାଟଣା : କରୋନାର ଭୟାଭୟ ରୂପ କୁ ଦ୍ରୁଷ୍ଟିରେ ରଖି ଜନ ଗହଳି ସ୍ଥାନ ଯଥା ମନ୍ଦିର,ବସ୍ ଷ୍ଟାଣ୍ଡ,ଏ.ଟି.ଏମ୍ ରେ ସାନିଟାଇଯେସନ କଲା ଏ.ବି.ଭି.ପି।ଆଜି ଏ.ବି.ଭି.ପି କଳାହାଣ୍ଡି ର ଜିଲ୍ଲା ସେବା ପ୍ରମୂଖ କଂ ନେତ୍ରୁତ୍ୱ ରେ କୋଭିଡ୍ SOP କୁ ଆଖି ଆଗରେ ରଖି ମାସ୍କ ଏବଂ ଗ୍ଲବ ବ୍ୟବହାର କରି ଆବଶ୍ୟକତା ଥିବା ଗରିବ ବ୍ୟକ୍ତି ମାନଙ୍କୁ ଅଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡିର କାର୍ଯ୍ୟକର୍ତ୍ତା ମାନେ ରନ୍ଧା ଖାଦ୍ୟ ଯୋଗାଇ ସେବା ର ହାତ ବଢେଇଛନ୍ତି ।ପୂର୍ବ ରୁ ଜାରି ହୋଇ ଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କୋଭିଡ କାଳିନ ସେବା କାର୍ଯ୍ୟ ପାଇଁ ଦୁଇଟି ଦୂରଭାଷ ନମ୍ବର ମଧ୍ୟ ଯାରି କରାଯାଇଛି।ଉକ୍ତ ସେବା କାର୍ଯ୍ୟରେ ପ୍ରାନ୍ତ ଷ୍ଟୁଡେଣ୍ଟସ ଫର୍ ଡେଭଲମେଣ୍ଟ ପ୍ରମୁଖ ପ୍ରତ୍ୟୁଷ ସାହୁ,ଜିଲ୍ଲା ସେବା ପ୍ରମୁଖ ଶକଂର ପ୍ରଧାନ,କ୍ରିଡା ପ୍ରମୁଖ ଅକ୍ଶୟ ଧ.ମାଝୀ,ଲୋକେଶ ମଗଂରାଜ,ବିକାଶ ସାହୁ,ଖୀରୋଜ ନାଏକ,ୟଶୱନ୍ତ ନାଏକ ପ୍ରମୁଖ ଯୋଗ ଦେଇଥିଲେ।ଆଗାମୀ ଦିନ ରେ କଳାହାଣ୍ଡି ର ସମସ୍ତ ସ୍ଥାନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସେବା କାର୍ଯ୍ୟ କରିବ ବୋଲି ଜିଲ୍ଲା ସେବା ପ୍ରମୁଖ ଶକଂର ପ୍ରଧାନ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking