ଅଯୋଧ୍ୟା: ଆସନ୍ତାବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ରାମ ମନ୍ଦିରର କାର୍ଯ୍ୟ ଶେଷ ହେବ । ତ୍ରିପୁରାର ଏକ ସାଧାରଣ ସଭାରେ ଏ ନେଇ ମନ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଶେଷ ହେବାକୁ ଯାଉଛି । ଆସନ୍ତା ବର୍ଷେ ଭିତରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ ପାରିବ ବୋଲି ଅନୁମାନ କରାଯାଉଛି ।