30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଲିଫ୍ଟ ଖସିଯିବାରୁ ପ୍ରାଣ ହରାଇଲେ ଯୁବକ; ୩ ଗୁରୁତର

ଲିଫ୍ଟ ଖସିଯିବାରୁ ପ୍ରାଣ ହରାଇଲେ ଯୁବକ; ୩ ଗୁରୁତର

ମୁମ୍ୱାଇ: ମୁମ୍ୱାଇର ଏକ ୨୫ ମହଲା ବିଶିଷ୍ଟ ବିଲ୍ଡିଂରେ ଅଘଟଣ। ବିଲ୍ଡିଂ ଲିପ୍ଟ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇର ଭିକ୍ରୋଲି ଅନ୍ତର୍ଗତ ସିଦ୍ଧିବିନାୟକ ସୋସାଇଟିରେ। ବୁଧବାର ଅପରାହ୍ନରେ ସୋସାଇଟିର ୪ ଜଣ ଲୋକ ଲିପ୍ଟରେ ଗ୍ରାଉଣ୍ଡ ଫ୍ଲୋରକୁ ଆସୁଥିବା ସମୟରେ ଅଘଟଣ ଘଟିଛି । ସେଠାରେ ଥିବା ସ୍ଥାନୀୟ ଲୋକମାନେ ଘଟଣା ପରେ ସଙ୍ଗେ ସଙ୍ଗେ ଦମକଳବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଲିପ୍ଟରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା ।

ଲିପ୍ଟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ୨୦ ବର୍ଷୀୟ ଯୁବକ ଲିପ୍ଟରେ ଫସି ରହିଥିଲେ। ଦମକଳବାହିନୀର ବହୁ ପ୍ରୟାସ ପରେ ଯୁବକଙ୍କୁ ଉଦ୍ଧାର କରାଯାଇ ଲିପ୍ଟର ବାହାରକୁ ଅଣାଯାଇଥିଲା। ଯୁବକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତୁରନ୍ତ ରାଜୱାଡି ହସ୍ପିଟିଲାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋସାଇଟିର ଫିରୋଜ ଖାନଙ୍କ ସୂଚନା ଅନୁଯାୟୀ, ବିଲ୍ଡିଂ ଲିପ୍ଟରେ କାମ ଚାଲୁରହିଥିବା ବେଳେ ଅଘଟଣ ଘଟିଛି । ଘଟଣା ସମୟରେ କୌଣସି ଇଞ୍ଜିନିୟର ଉପସ୍ଥିତ ନଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଏସଆରଏର ତଦନ୍ତ ହେବା ଜରୁରୀ ବୋଲି ସୋସାଇଟର ଲୋକମାନେ ଦାବି କରିଛନ୍ତି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking