30.1 C
Bhubaneswar
Monday, May 20, 2024
Homeଓଡିଶାବିଶ୍ୱକପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ କୋଟିଏ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱକପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ମିଳିବ କୋଟିଏ; ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ଭାରତୀୟ ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ହକି ବିଶ୍ବକପ୍ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କଲେ । ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଉରକେଲାରେ ଖେଳାଳିଙ୍କୁ ଭେଟିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ରାଉରକେଲା ଗସ୍ତ କରି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଭେଟିଛନ୍ତି ମୁଖ୍ୟମୁନ୍ତ୍ରୀ । ପ୍ରଥମେ ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ବିର୍ସା ମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଲେ । ଏହାପରେ ବିଶ୍ବକପ୍ ଗ୍ରାମର ଶୁଭ ଉଦଘାଟନ କରିଥିଲେ ନବୀନ । ଏହାପରେ ଭାରତୀୟ ହକି ଟିମ୍‌କୁ ଭେଟି ତାଙ୍କ ସହ କଥା ହେଲେ ଏବଂ ତାଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking