28.1 C
Bhubaneswar
Monday, May 13, 2024
Homeବଲିଉଡଭଗବାନ ଜଗନ୍ନାଥଙ୍କୁ ଦର୍ଶନ କଲେ ରାଜପାଲ ଯାଦବ

ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କଲେ ରାଜପାଲ ଯାଦବ

ମୁମ୍ବାଇ : ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଫଳ ଅର୍ଜନ କରିବା ପାଇଁ ନେତା ଠୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ଏଠାରେ ଆସିଥାନ୍ତି | ସେହିପରି ନିକଟରେ ବଲିଉଡ ଅଭିନେତା ରାଜପାଲ ଯାଦବ ତାଙ୍କ ପରିବାର ସହ ଜଗାଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ପହଞ୍ଚିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ରାଜପାଲ ଯାଦବ ମନ୍ଦିରରେ ଯିବା ସମୟରେ ସାଧାରଣ ଲୋକଙ୍କ ଭଳି ଧଳା ରଙ୍ଗର କୁର୍ତା ସହ ଧଳା ରଙ୍ଗର ଧୋତି ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କ ସହ ତାଙ୍କ ପତ୍ନୀ ଓ ପୁରା ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ଲୋକପ୍ରିୟ ବଲିଉଡ ଅଭିନେତା ହୋଇ ମଧ୍ୟ ଜଣେ ସାଧାରଣ ଲୋକଙ୍କ ଭଳି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ତାଙ୍କର ଏହି ପ୍ରକୃତି ପାଇଁ ସେ ସବୁବେଳେ ତାଙ୍କ ପ୍ରଶଂସକମାନଙ୍କ ମନରେ ଏକ ବିଶେଷ ସ୍ଥାନ ତିଆରି କରି ପାରନ୍ତି । ଏହାସହ ସେଠାରେ ସେ ତାଙ୍କ ଫ୍ୟାନ୍ସମାନଙ୍କ ସହ ନମସ୍କାର କରି ଭେଟିବା ସହ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ନିଜର ଅଦ୍ଭୁତ ପ୍ରତିଭାରେ ବଡ ପରଦାରେ ସମସ୍ତଙ୍କୁ ହସାଉଥିବା ଅଭିନେତାଙ୍କ ପ୍ରେଜେନ୍ସ ପାଇଁ ଶ୍ରୀକ୍ଷେତ୍ରରେ ମଧ୍ୟ ଖୁସିର ମାହଲ ସୃଷ୍ଟି କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking