30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ହସ୍ପିଟାଲରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ଚେନ୍ନାଇ: ଚେନ୍ନାଇର କାବେରୀ ହସ୍ପିଟାଲରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଡିସଚାର୍ଜ ହୋଇଛନ୍ତି। ଅସୁସ୍ଥତା ଯୋଗୁଁ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ଡ଼ାକ୍ତର ଟିମ୍ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍ କରିଥିଲା। ଏହା ପରେ ତାଙ୍କୁ କାର୍ଟଏଡ୍ ଆର୍ଟେରୀ ରେଭାସ୍କୁଲାରାଇଜେସନ୍ କରିବାକୁ ପରାମର୍ଶ ଦିଆଯାଇଥିଲା । ଏଥି ସହିତ ଅଭିନେତା ରଜନୀକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରବିବାର ହସ୍ପିଟାଲରେ ପହଞ୍ଚିଥିଲେ। ଏହାପୂର୍ବରୁ ରଜନୀକାନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ।
ସୁପରଷ୍ଟାର ରଜନୀକାନ୍ତଙ୍କ ଚିକିତ୍ସା କରୁଥିବା କାବେରୀ ହସ୍ପିଟାଲ କହିଛି ଯେ ଅଭିନେତାଙ୍କ ମସ୍ତିଷ୍କରେ ରକ୍ତ ପ୍ରବାହ ସ୍ବାଭାବିକ କରିବା ପାଇଁ ଶୁକ୍ରବାର ଦିନ ଅସ୍ତ୍ରୋପଚାର କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଏହି ଭେଟେରାନ ଅଭିନେତାଙ୍କୁ ମୁଣ୍ଡ ବୁଲାଇବା ପରେ ଅକ୍ଟୋବର ୨୮ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କାଭେରୀ ହସ୍ପିଟାଲ ଦ୍ଵାରା ଜାରି କରାଯାଇଥିବା ଏକ ମେଡିକାଲ ବୁଲେଟିନରେ କୁହାଯାଇଛି ଯେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ମୂଲ୍ୟାୟନ କରାଯାଇଥିଲା ଏବଂ ତାଙ୍କୁ କାର୍ଟଏଡ୍ ଆର୍ଟେରୀ ରେଭାସ୍କୁଲାରାଇଜେସନ୍ (ସିଏଆର୍) ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦିଆଯାଇଥିଲା। ନିର୍ଦ୍ଦେଶକ କହିଛନ୍ତି, ଏହି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ।

୭୦ ବର୍ଷ ବୟସ୍କ ଏହି କିମ୍ବଦନ୍ତୀ ଅଭିନେତା ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଗ୍ରହଣ କରିବାକୁ କିଛି ଦିନ ପୂର୍ବରୁ ଦିଲ୍ଲୀ ଆସିଥିଲେ ‌‌। ଅକ୍ଟୋବର ୨୭ରେ ସେ ପୁରସ୍କାର ପାଇବା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking