31.1 C
Bhubaneswar
Wednesday, August 5, 2026
Homeଦେଶ ବିଦେଶବର୍ଷା ବିପର୍ଯ୍ୟୟ: ଭାସିଗଲା ମଧ୍ୟମହେଶ୍ୱର ଧାମ ରାସ୍ତାର ପୋଲ

ବର୍ଷା ବିପର୍ଯ୍ୟୟ: ଭାସିଗଲା ମଧ୍ୟମହେଶ୍ୱର ଧାମ ରାସ୍ତାର ପୋଲ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କରାଳ ରୂପ । ଭାରି ବର୍ଷା ଯୋଗୁଁ ରୁଦ୍ରପ୍ରୟାଗର ମଧ୍ୟମହେଶ୍ୱର ଧାମ ଯାତ୍ରା ମାର୍ଗରେ ଅସ୍ଥାୟୀ ପୋଲ ଭାସିଯାଇଛି । ଏହି ଘଟଣା ପରେ ଯାତ୍ରୀଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଛି । ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାହାଡ଼ିଆ ଅଞ୍ଚଳରେ ବର୍ଷା ଆଣିଛି ବିପଦ । ରୁଦ୍ରପ୍ରୟାଗର ମଧ୍ୟମହେଶ୍ୱର ଧାମ ଯିବା ରାସ୍ତାରେ ଥିବା ଏକ ଅସ୍ଥାୟୀ ପୋଲ ଜଳପ୍ରବାହରେ ଭାସିଯାଇଛି । ଫଳରେ ଯାତ୍ରା ମାର୍ଗରେ ଅଟକି ରହିଛନ୍ତି ଅନେକ ଶ୍ରଦ୍ଧାଳୁ । ଘଟଣା ପରେ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ରସି ଓ ଟ୍ରଲି ସାହାଯ୍ୟରେ ଫସିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ପାର କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଭୂସ୍ଖଳନ ଓ ଯାତାୟାତ ବାଧା ଭଳି ସମସ୍ୟା ସାମ୍ନାକୁ ଆସିଛି । ମଧ୍ୟମହେଶ୍ୱର ଯାତ୍ରା ମାର୍ଗରେ ଅନେକ ସମୟରେ ପୋଲ ଓ ରାସ୍ତା କ୍ଷତିଗ୍ରସ୍ତ ହେବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶାସନ ଚିନ୍ତାରେ ରହିଛି । ଅନ୍ୟପଟେ ହଠାତ୍ ଆସିଥିବା ଏହି ବିପର୍ଯ୍ୟୟରେ ଜଣେ କାଉଡ଼ିଆଙ୍କ ଜୀବନ ଯାଇଥିବା ଖବର ଆସିଛି । ମୃତକଙ୍କ ପରିଚୟ ଓ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking