23.1 C
Bhubaneswar
Friday, November 20, 2026
Homeଓଡିଶା୩,୪ରେ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା

୩,୪ରେ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା

ଭୁବନେଶ୍ୱର : ବାତ୍ୟା ‘AKVAN’ର ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୨୧ ଓ ୨୩ ତାରିଖରେ State Selection Board (SSB) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା। ଉକ୍ତ ପରୀକ୍ଷାକୁ (CBT Examination) ଅନୁଷ୍ଠିତ କରିବା ପାଇଁ ଆଜି SSB ପକ୍ଷରୁ ନୂତନ ତାରିଖ ପ୍ରକାଶିତ ହୋଇଛି।

ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ନଭେମ୍ବର ୨୧ ଓ ୨୩ ତାରିଖ ପରିବର୍ତ୍ତେ ଡିସେମ୍ବର ୩ ଓ ୪ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହେବ।ଏଥିସହ ପୂର୍ବରୁ SSB ପକ୍ଷରୁ ନିର୍ଦ୍ଧାରିତ ଥିବା ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖ ଦିନ ମଧ୍ୟ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।

ସମସ୍ତ ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ ଘଟିକା ଠାରୁ SSB ୱେବ୍ସାଇଟକୁ ଯାଇ ପରୀକ୍ଷା ପାଇଁ ନିଜର ଆଡ଼ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ, ଏନେଇ SSB ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking