ଯାଜପୁର: ମଙ୍ଗଳଵାର ପୂର୍ଵ ତଟ ରେ ଳ ବାଇ ର ରେଳବାଇ ସୁରକ୍ଷା ବାହିନୀ ଆଇଜି ରାଜାରାମ ଯାଜପୁର ରୋଡ ଷ୍ଟେସନ ପରିଦର୍ଶନ ରେ ଆସିଥିଲେ l ରେଳ ସୁରକ୍ଷା ବାହିନୀ ର କାର୍ଯ୍ୟ ଦକ୍ଷତା ଉପରେ ସମୀକ୍ଷା କରିଥିଲେ l ପରେ ଆରପିଏଫ (R.p.F)ବ୍ୟାରେକ ରେ ଏକ ଆହୂତ ସାମ୍ବାଦିକ ସମ୍ମିଳନୀ ରେ ଆରପିଏଫ ଆଇଜି ରାଜାରାମ ରାମ ଯୋଗ ଦେଇ ସାମ୍ବାଦିକ ମାନଂକୁ ସମ୍ବୋଦିତ କରି ରେଳ ସୁରକ୍ଷା ବାହିନୀ ର ସଫଳତା ଓ ଯାତ୍ରୀ ମାନଙ୍କ ସୁରକ୍ଷା ସମ୍ପର୍କ ରେ ଅବଗତ କରି ଥିଲେ l ଏହି ସାମ୍ବାଦିକସମ୍ମିଳନୀରେ ପୂର୍ବତଟlସୁରକ୍ଷା ବାହିନୀ ଆଇ.ଜି ରାଜା ରାମ ଯୋଗଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ରେଲୱେ ବିଭାଗର ବାର୍ଷିକ ନିରୀକ୍ଷଣ ଅବସରରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରେଲେୱେର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ବିଷୟରେ ଆଲୋଚନା ହୋଇଥିଲା। ଗତ ଏକ ବର୍ଷ ମଧ୍ୟରେ ରେଲୱେ ପକ୍ଷରୁ ହୋଇଥିବା ତଦନ୍ତ କାର୍ଯ୍ୟ ଉପରେ ଆଲୋକପାତ କରାଯାଇଥିଲା ।
ପୂର୍ବତଟ ରେଳ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ବର୍ଷକ ମଧ୍ୟରେ ହୋଇଥିବା ତଦନ୍ତ କାର୍ଯ୍ୟ ଉପରେ ହେଲା ଆଲୋଚନାଏହି ସାମ୍ବାଦିକ ସମ୍ମିଳନୀରେ ରେଲୱେ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ନେଇ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ରେଲୱେ ସୁରକ୍ଷା ବାହିନୀ ଆଇ.ଜି । ଏହାସହ କୋରୋନା ଭାଇରସ ସମୟରୁ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି ମହିଳା ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଗତ ଅକ୍ଟୋବର ୧୬ ତାରିଖରୁ ନୂତନ ଭାବେ ଆରମ୍ଭ ହୋଇଥିବା ମେରି ସହେଲି ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ଗତ ଏକ ବର୍ଷ ମଧ୍ୟରେ ସୁରକ୍ଷା ବାହିନୀ ଦ୍ବାରା ୪୬୦ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହାସହ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୯୮ ଲକ୍ଷ ଟଙ୍କାର ଲଗେଜ୍, ଜବତ୍ କରିଛି ସୁରକ୍ଷା ବାହିନୀ ।ଏହାସହ ବିଭିନ୍ନ ଅଭିଯୋଗରେ ୮ ହଜାର ୪୨୩ ଜଣଙ୍କୁ ଗିରଫ କରି ୯ଲକ୍ଷ ୬୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଖରୁ ୫ କୋଟି ୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ରେଳ ନିୟମ ଖିଲାଫକାରୀ ୩୩ ହଜାର ୮୭ ଜଣଙ୍କ ପାଖରୁ ୪୧ ଲକ୍ଷ ୫୩ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ରେଳ ନିୟମ ଭାଙ୍ଗିବା ଅଭିଯୋଗରେ ୩୩ ହଜାର ୪୬୩ ଜଣଙ୍କ ବିରୋଦ୍ଧରେ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଇଷ୍ଟକୋଷ୍ଟ ରେଲୱେର ମୋଟ ୫୦ ଟି ଥାନା ରହିଥିବାବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି ଯଥା ଶୀଘ୍ର ପୂରଣ କରାଯିବ l ଏଅନ୍ୟ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଡିଭିଜନ ବରିଷ୍ଠ ଆରପିଏଫ ଅଧିକାରଏମ ସାମ୍ବl ଶିରା ରାଓ ପ୍ରମୁଖ ଉପସ୍ଥିତ ଥିଲେ l ବ୍ୟାରେକ ପରିସରରେ ଆଇଜି ବୁକ୍ଷ ରୋପଣ କାର୍ଯ୍ୟକ୍ରମ କରି ଥିଲେ l ପରେ ଏକ ବୈଠକ କରି ସୁରକ୍ଷା ବାହିନୀ ମାନଂକୁ କର୍ତ୍ତବ୍ୟ ସମ୍ପର୍କ ରେ ସୂଚାଇ ଥିଲେ l