35.1 C
Bhubaneswar
Saturday, May 4, 2024
Homeଓଡିଶାନବୋଦୟ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ଓଡ଼ିଆ ପିଲାଙ୍କୁ ବଣ୍ଟାଗଲା ତେଲୁଗୁ ପ୍ରଶ୍ନପତ୍ର

ନବୋଦୟ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ଓଡ଼ିଆ ପିଲାଙ୍କୁ ବଣ୍ଟାଗଲା ତେଲୁଗୁ ପ୍ରଶ୍ନପତ୍ର

କେନ୍ଦ୍ରାପଡା : କେନ୍ଦ୍ରାପଡା ମାର୍ଶାଘାଇ ମଧୁସାଗର ବିଦ୍ୟାପୀଠରେ ନବୋଦୟ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ବିଭ୍ରାଟ। ଓଡ଼ିଆ ଭାଷାରେ ପରକ୍ଷା ଦେବାକୁ ଯାଇଥିବା ପଞ୍ଚମ ଶ୍ରେଣୀ ଛାତ୍ରକୁ ଦିଆଯାଇଛି ତେଲଗୁ ପ୍ରଶ୍ନପତ୍ର। ଛାତ୍ର ଜଣକ ମାର୍ଶାଘାଇ ବ୍ଲକ ଜରିଆ ବରାଇ ପ୍ରାଥମିକ ସ୍କୁଲର ଦିବ୍ୟରଞ୍ଜନ ସ୍ବାଇଁ। ଛାତ୍ର ଜଣକ କାନ୍ଦି କାନ୍ଦି ମାଆଙ୍କ ସହିତ ଘରକୁ ପଳାଇ ଆସିଥିଲେ। ଆଜି ଜିଲ୍ଲାପାଳଙ୍କ ଜନ ସୁଣାଣିରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ନବୋଦୟ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। ମଧୁସାଗର ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରରେ ଏହି ବ୍ଲକ୍‌ ବନ୍ଧକଟା ପଞ୍ଚାୟତ ଅଧୀନ ଜରିଆବରେଇ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଦିବ୍ୟରଂଜନ ସ୍ବାଇଁ (୧୧) ପରୀକ୍ଷା ଦେଉଥିଲେ। ପରୀକ୍ଷା କେନ୍ଦ୍ରରେ ୧୪୨ଜଣ ପରୀକ୍ଷାର୍ଥୀଙ୍କ ସମେତ ଦିବ୍ୟରଂଜନଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ପରୀକ୍ଷାର ମାଧ୍ୟମ ଓଡ଼ିଆ ଥିବାବେଳେ ଦିବ୍ୟରଂଜନଙ୍କୁ ତେଲୁଗୁ ପ୍ରଶ୍ନପତ୍ର ଦିଆଯାଇଥିଲା।

ଏଭଳି ପ୍ରଶ୍ନପତ୍ର ପାଇ ସେ କେନ୍ଦ୍ର ପରିଚାଳକଙ୍କୁ ଅବଗତ କରାଇଥିଲେ। ହେଲେ, ସେମାନେ କିଛି କରିପାରିବେ ନାହିଁ, ଯାହା ପ୍ରଶ୍ନପତ୍ର ଆସିଛି ତୁମକୁ ତାହା ଦେଇଛୁ ବୋଲି କେନ୍ଦ୍ର ପରିଚାଳକ କହିଥିଲେ। ତେଲୁଗୁ ପ୍ରଶ୍ନପତ୍ର ପାଇ ଛାତ୍ରଜଣକ ବିଚଳିତ ହୋଇପଡ଼ିଥିଲେ। ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି ସେ କାନ୍ଦିଥିଲେ। ଦିବ୍ୟରଂଜନଙ୍କ ବାପା ଉତ୍ତମ ଚରଣ ସ୍ବାଇଁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ମେଧାବୀ ଗରିବ ଛାତ୍ରର ଉଜ୍ଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ମା’ ବନିତା ସ୍ବାଇଁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking