37.1 C
Bhubaneswar
Thursday, March 28, 2024
HomeUncategorizedପ୍ରବାସୀଙ୍କୁ ଚା' ବିସ୍କୁଟ ବିକି କ୍ୱାରେଣ୍ଟାଇନରେ ୨ ପରିବାର

ପ୍ରବାସୀଙ୍କୁ ଚା' ବିସ୍କୁଟ ବିକି କ୍ୱାରେଣ୍ଟାଇନରେ ୨ ପରିବାର

ଫୁଲବାଣୀ : ତାମିଲନାଡ଼ୁ ଠାରୁ ବଲାଙ୍ଗୀର ଯାଉଥିବା ପ୍ରବାସୀ ଓଡ଼ିଆଙ୍କୁ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଗ୍ରାମରେ ଚା’ ଓ ବିସ୍କୁଟ ବିକ୍ରି କରିବା ୨ଜଣ ଚା’ ଦୋକାନୀଙ୍କୁ ଭାରି ପଡ଼ିଛି । ଦୁଇ ଦୋକାନକୁ ପ୍ରଶାସନ ତରଫରୁ ସିଲ୍ କରିଦିଆଯାଇଥିବା ବେଳେ ୨ପରିବାରର ସଦସ୍ୟଙ୍କୁ ୨୮ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ତହସିଲଦାର ନିତୀଶ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନର ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ୨ଟି ଦୋକାନକୁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଛି ସ୍ଥାନୀୟ ପ୍ରଶାସନ । ସୂଚନା ଅନୁଯାୟୀ, ତାମିଲନାଡ଼ୁରେ ଫସି ରହିଥିବା ବଲାଙ୍ଗୀର ଅଞ୍ଚଳର ପ୍ରବାସୀ ଓଡ଼ିଆ ୪ଟି ବସରେ ଆସି ଆଜି ଭୋର୍ ସମୟରେ ସିମନବାଡ଼ି ଠାରେ ପହଞ୍ôଚଥିଲେ । କିଛି ପ୍ରବାସୀ ବସରୁ ବାହାରି ୨ଟି ଚା’ ଦୋକାନରେ ଭିଡ଼ ଜମାଇ ଚା\’ ଓ ବିସ୍କୁଟ ଖାଇଥିବା ବେଳେ ଗୋଟିଏ ଦୋକାନୀ ବସ୍ ଭିତରକୁ ଯାଇ ଚା’ ବିକ୍ରି କରିଥିଲେ । ଏହି ସମୟରେ ଗ୍ରାମର କିଛି ଲୋକ ବଜାରକୁ ଆସୁଥିବା ବେଳେ ଏହାକୁ ଦେଖି ଭୟଭୀତ ହୋଇ ଘରକୁ ଫେରିଯାଇଥିବା ବେଳେ ଆଉ କିଛି ଲୋକ ଏହାକୁ ବିରୋଧ କରି କାହିଁକି ବାହାରୁ ଆସିଥିବା ଲୋକଙ୍କୁ ଚା’ ବିକ୍ରି କରୁଛ ବୋଲି ୨ ଦୋକାନୀଙ୍କୁ ବାରଣ କରିଥିଲେ । ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ୪ଟି ଯାକ ବସ୍ ପଳାଇଯାଇଥିଲା । ଦାରିଙ୍ଗବାଡ଼ି ତହସିଲଦାର ନିତୀଶ କୁମାର ତ୍ରିପାଠୀ ଓ ଥାନା ଅଧିକାରୀ କୌଶିକ ମାଝୀଙ୍କୁ ଗ୍ରାମବାସୀ ସୂଚନା ଦେଇଥିଲେ । ଥାନା ଅଧିକାରୀ ତୁରନ୍ତ ସେହି ୨ଟି ଚା\’ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅପରାହ୍ନରେ ତହସିଲଦାର ଓ ଥାନାଅଧିକାରୀ ସିମନବାଡ଼ିରେ ପହଞ୍ôଚ ଘଟଣାର ତଦନ୍ତ କରି ୨ ଦୋକାନୀଙ୍କୁ ଡକାଇ ସେମାନଙ୍କ ୨ଟି ଦୋକାନକୁ ସିଲ୍ କରିଦେଇଥିଲେ । ଏଥି ସହିତ ୨ପରିବାରର ସଦସ୍ୟଙ୍କୁ ୨୮ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୋକାନ ଆଗରେ ନୋଟିସ ମରାଯାଇଥିଲା । ଦୁଇ ଦୋକାନୀଙ୍କ ଘର ଆଗରେ ମଧ୍ୟ ଷ୍ଟିକର ଲଗାଯାଇଛି । ଦୁଇ ପରିବାରଙ୍କ ଉପରେ କଡ଼ା ନଜର ରଖିବା ପାଇଁ ତହସିଲଦାର ସିମନବାଡ଼ି ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତହସିଲଦାର ସିମନବାଡ଼ି ଗ୍ରାମର ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରି ଦୋକାନରେ ସାମାଜିକ ଦୂରତ୍ୱ ମାନିବା ସହିତ ମାସ୍କ ପରିଧାନ କରି ବ୍ୟବସାୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking