26.1 C
Bhubaneswar
Friday, March 29, 2024
Homeଓଡିଶାକେରଳରେ ଫସିଛନ୍ତି ୩୦୦ ଯୁବତୀ

କେରଳରେ ଫସିଛନ୍ତି ୩୦୦ ଯୁବତୀ

ରାଜନଗର : କରୋନା ଲକଡାଉନ୍ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । ତେବେ ଏହା ଭିତରେ ଏବେ ବି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ୩୦୦ ଯୁବତୀ କେରଳରେ ଫସି ରହିଛନ୍ତି । ସେମାନେ କାମ କରୁଥିବା କିଟେକ୍ସ ଗାରମେଣ୍ଟ କମ୍ପାନୀ ସେମାନଙ୍କୁ ଚାକିରିରୁ ବାହାର କରିଦେଇଥିବାବେଳେ ଗତ ୧ମାସ ହେଲା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ଅଭିଭାବକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜନଗର ବିଡିଓ ଓ ତହସିଲଦାରଙ୍କୁ ଏକ ନିବେଦନପତ୍ର ଦେଇଛନ୍ତି ।
ସୂୁନା ଅନୁଯାୟୀ, ରାଜନଗର ବ୍ଲକର କଣ୍ଡିରା, ବେଲପାଳ, କୁରୁଣ୍ଟି, ଚାନ୍ଦିବାଉଁଶମୂଳ, ସାତଭାୟା, ଇଶ୍ୱରପୁର, ହାତିନା, ବ୍ରାହ୍ମଣସାହି, ଗୁପ୍ତି, ଡେରା, ମହୁଲିଆ, ଓସ୍ତିଆ ଓ ପଟ୍ଟାମୁଣ୍ଡାଇଇ ବ୍ଲକର ଖଣତା ପଞ୍ଚାୟତର ୩୦୦ ଯୁବତୀ କେରଳର କିଟେକ୍ସ ଗାରମେଟ୍ସ କମ୍ପାନୀରେ ସିଲାଇ କାମ କରୁଥିଲେ । ଲକଡାଉନ ଘୋଷଣା ହେବାପରେ ଯୁବତୀମାନେ ସେଠାରେ ଫସି ରହିଛନ୍ତି । ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ କରିଥିବା ନିୟମ ମୁତାବକ ଯୁବତୀମାନେ ପଞ୍ଜୀକରଣ କରିଛନ୍ତି । ସରକାର ଟ୍ରେନ ଯୋଗେ କେରଳରୁ ପ୍ରବାସୀ ଓଡିଆଙ୍କୁ ଆଣିବା ଆରମ୍ଭ କରିବା ପରେ ସମ୍ପୃକ୍ତ ଯୁବତୀମାନେ ଗାଁ’କୁ ଆସିବାକୁ ବାହାରିଥିଲେ । ହେଲେ କମ୍ପାନୀ ମାଲିକ ଏହା ଜାଣିବା ପରେ ସେମାନଙ୍କୁ ଯିବାକୁ ଦେଇନଥିଲେ । ସେମାନଙ୍କ ଠାରୁ ଇସ୍ତଫା ପେପରରେ ଦସ୍ତଖତ ନେଇଥିଲେ । ଏପରିକି ଗତ ୧୫ଦିନ ହେଲା ଖାଇବା ପାଇଁ ଦିନକୁ ୧୫୦ ଟଙ୍କା ଦାବି କରି ସେମାନଙ୍କୁ ଆସିବାକୁ ଦେଉନାହାନ୍ତି । ଏନେଇ ଆଜି ଶତାଧିକ ଅଭିଭାବକ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ମନ୍ଦରଧର ମହାଳିକ ଓ ତହସିଲଦାର ଭୋଳାନାଥ ସେଠୀଙ୍କୁ ଏକ ନିବେଦନ ପତ୍ର ଦେବା ସହ ତୁରନ୍ତ ଝିଅମାନଙ୍କୁ ଉଦ୍ଧାର କରି ଫେରାଇ ଆଣିବା ପାଇଁ ନେହୁରା ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking