32.1 C
Bhubaneswar
Wednesday, May 6, 2026
Homeଦେଶ ବିଦେଶପୁତିନ୍‌ଙ୍କ କଠୋର ଆଭିମୁଖ୍ୟ; ୬ ବ୍ରିଟିଶ କୁଟନୀତିଜ୍ଞଙ୍କୁ ବହିଷ୍କାର

ପୁତିନ୍‌ଙ୍କ କଠୋର ଆଭିମୁଖ୍ୟ; ୬ ବ୍ରିଟିଶ କୁଟନୀତିଜ୍ଞଙ୍କୁ ବହିଷ୍କାର

ମସ୍କୋ : ରୁଷ୍ ଫେଡେରାଲ ସିକ୍ୟୁରିଟି ସର୍ଭିସ ଶୁକ୍ରବାର ୬ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଗୁପ୍ତଚର ଅଭିଯୋଗରେ ଦେଶରୁ ବହିଷ୍କାର କରିଛି। ରୁଷ୍ ସରକାରୀ ଟିଭି ଏଫ୍‌ଏସ୍‌ବି ସୁରକ୍ଷା ସେବାର ଜଣେ ଅଧିକାରୀଙ୍କ ବୟାନକୁ ଉଦ୍ଧାର କରି ଏହି ରିପୋର୍ଟ ପ୍ରକାଶ କରିଛି। ଏଫ୍‌ଏସ୍‌ବି ଦାବି କରିଛି ଯେ, ବ୍ରିଟେନ୍ ବୈଦେଶିକ କାର୍ଯ୍ୟାଳୟର ଏକ ଡିଭିଜନ୍ ଦ୍ୱାରା ସେମାନଙ୍କୁ ଗୁପ୍ତଚରୀ କାର୍ଯ୍ୟ ଉଦ୍ଦେଶ୍ୟରେ ରୁଷ୍‌କୁ ପଠାଯାଇଥିଲା। ଏପରି କରିବା ପଛରେ ରୁଷ୍‌କୁ ରଣନୈତିକ ପରାଜୟ ଦେବା, ବ୍ରିଟେନ୍‌ର ଅସଲ ଉଦ୍ଦେଶ୍ୟ ରହିଥିବା ଅନୁମାନ କରାଯାଉଛି। ତେବେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କ ନିର୍ଦ୍ଦେଶକ୍ରମେ ବହିଷ୍କୃତ ହୋଇଥିବା ଏହି ୬ ବ୍ରିିଟିଶ କୂଟନୀତିଜ୍ଞଙ୍କ ବିରୋଧରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଏବଂ ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବାର ଯଥେଷ୍ଟ ପ୍ରମାଣ ମିଳିଛି।
ଆମେରିକା ଓ ବ୍ରିଟେନ୍ ୟୁକ୍ରେନକୁ ଅତିରିକ୍ତ ୧.୫ ବିଲିୟନ ଡଲାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେବାର ଦୁଇ ଦିନ ପରେ ରୁଷ୍ ଏହି ପଦକ୍ଷେପ ନେଇଛି। ଏଥିସହିତ ୟୁକ୍ରେନ୍‌ର ଅଧିକାରୀମାନେ ରୁଷ୍ ଭିତରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ପାଶ୍ଚାତ୍ୟ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ମଧ୍ୟ ଅନୁମତି ମାଗିଛନ୍ତି। ଏହାକୁ ନେଇ ରୁଷ୍ ଉତ୍ତେଜିତ ହୋଇଛି। ତେବେ ଏସବୁର ପ୍ରମାଣ ମିଳିବା ପରେ ପରେ ପୁତିନ୍ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ୟୁକ୍ରେନକୁ ଏଭଳି ଅନୁମତି ଦିଆଯାଏ ତେବେ ଏହା ସିଧାସଳଖ ଆମେରିକା, ନାଟୋ ଏବଂ ପାଶ୍ଚାତ୍ୟ ଦେଶର ଯୁଦ୍ଧରେ ସମ୍ପୃକ୍ତି ବୋଲି ବିବେଚନା କରାଯିବ। ଏପରି ହେଲେ ରୁଷ୍ ମଧ୍ୟ ନିଜ ହିସାବରେ କାର୍ଯ୍ୟକ୍ରମ କରିବାକୁ ବାଧ୍ୟ ହେବ।
ଗୋଟିଏ ପଟେ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଗୋଟିଏ ପଟେ ଉଦ୍ୟମ ଜାରି ରଖିଥିବା ବେଳେ ୟୁକ୍ରେନ୍ ମଝିରେ ମଝିରେ ରୁଷ୍ ସୀମାରେ ତଥା ୟୁକ୍ରେନ୍‌ରେ ଡେରା ପକାଇଥିବା ରୁଷୀୟ ସେନାବାହିନୀ ଉପରେ ଡ୍ରୋନ୍ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଗତ କିଛି ମଧ୍ୟରେ ରୁଷ୍ ସେନା ପକ୍ଷରୁ ୟୁକ୍ରେନ୍ ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନଥିବା ଖବର ଆସିବାରେ ଲାଗିଛି। ଅର୍ଥାତ୍ ରୁଷ୍ ମଧ୍ୟ ଏବେ ଶାନ୍ତି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଚାହୁଁଥିବା ବେଳେ ବ୍ରିଟେନ୍ ଏବଂ ଆମେରିକାଙ୍କ ପକ୍ଷରୁ ସହାୟତା ପାଉଥିବା ୟୁକ୍ରେନ୍ ନିଜ ସାମର୍ଥ୍ୟ ଠାରୁ ସାମାନ୍ୟ ଅଧିକ ପ୍ରତିକ୍ରିୟାଶୀଳ ରହିଥିବା ଦର୍ଶାଇବାରେ ଲାଗିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking