ପୁରୀ: ଶରଧାବାଲିରେ ଦଳାଚକଟା ଘଟଣାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ନୋଟିସ । ରାଜ୍ୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି । କାହିଁକି ଆୟୋଜନରେ ତ୍ରୁଟି ରହିଲା , ଅଘଟଣ ପରେ କଣ ପପେକ୍ଷପ ନିଆଯାଇଛି ସେନେଇ ଉତ୍ତର ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଶରଦାବାଲିରେ ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୭ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ହସ୍ପିଟାଲରେ ଚିକିତ୍ସିତ ଥିଲେ । ଏବଂ କାହିଁକି ଅଘଟଣ ଘଟିଲା , ତ୍ରୁଟି କେଉଁଠି ରହିଲା ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କୁ ନୋଟିସ କରାଯାଇଛି ।










