23.1 C
Bhubaneswar
Tuesday, March 19, 2024
Homeଓଡିଶାପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା

ପୁରୀ : ପୁରୀ ସମୁଦ୍ରକୂଳ ଗାନ୍ଧୀ ଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ବେଳାଭୂମିକୁ ଅନ୍ତର୍ଜାତୀୟ ଡେନମାର୍କ ସଂସ୍ଥାର ଫେଡେରେସନ ଅଫ ଏନଭାରମେଣ୍ଟାଲ ଏଜୁକେସନ ସଂସ୍ଥା ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ପ୍ରଦାନ କରିଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଟ୍ୱିଟ୍ କରି କହିଛନ୍ତି । ଏହି ସଂସ୍ଥା ସ୍ଵଚ୍ଛ ପରିବେଶୀୟ ମାନଦଣ୍ଡ ଦୃଷ୍ଟିରୁ ପରିଷ୍କାର ଥିବା ବେଳାଭୂମିକୁ ପ୍ରତିବର୍ଷ ଏହି ମାନ୍ୟତା ପ୍ରଦାନ କରିଥାଏ । ବେଳାଭୂମିର ଗାନ୍ଧୀ ଘାଟଠାରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ପର୍ଯ୍ୟଟକ ସମସ୍ତ ପ୍ରକାରର ଅନ୍ତର୍ଜାତିକ ସ୍ତରର ସୁବିଧା ସୁଯୋଗ ପାଇବା ନେଇ ବ୍ୟବସ୍ଥା କରାଯାଇଥିବାରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏହାର ମାନଦଣ୍ଡ ଅନୁସାରେ ଏଠାର ଏବେ ଆବର୍ଜନା କୁଣ୍ଡ ରହିଛି, ସମୁଦ୍ର ପାଣିରେ କୌଣସି ବର୍ଜ୍ୟବସ୍ତୁ ନାହିଁ ଓ ବେଳାଭୂମିରେ ଅପରିଷ୍କାର ଦ୍ରବ୍ୟ ମଧ୍ୟ ନାହିଁ । ବିଶେଷ କରି ସେହି ସ୍ଥାନ ସ୍ଵଚ୍ଛ ଓ ପ୍ରଦୂଷଣ ମୁକ୍ତ ହେବା ସହ ସୁରକ୍ଷିତ ଗାଧୁଆ ସ୍ଥାନ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା, ଆଶୁ ଚିକିତ୍ସା, ସିସିଟିଭି, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ, ମହିଳା ଓ ପୁରୁଷଙ୍କ ଲାଗି ପୃଥକ୍ ଶୌଚାଳୟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜଗିଙ୍ଗ ଓ ବସିବା ପାଇଁ ଉପଯୁକ୍ତ ପାର୍କ ଭଳି ବିଭିନ୍ନ ସୁବିଧା ପର୍ଯ୍ୟଟକଙ୍କ ପାଇଁ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking