27.1 C
Bhubaneswar
Thursday, April 30, 2026
Homeଓଡିଶାବିଜେଡି ସଭାପତିଙ୍କୁ ଭେଟିଲେ ପୁରୀ ଭଦ୍ରକ ଓ ନବରଙ୍ଗପୁରର ପଂଚାୟତ ଓ ବ୍ଲକ ପ୍ରତିନିଧି ...

ବିଜେଡି ସଭାପତିଙ୍କୁ ଭେଟିଲେ ପୁରୀ ଭଦ୍ରକ ଓ ନବରଙ୍ଗପୁରର ପଂଚାୟତ ଓ ବ୍ଲକ ପ୍ରତିନିଧି ଏବଂ ବିଂଝାରପୁରର ସଂଖ୍ୟଲଘୁ ସମ୍ପ୍ରଦାୟର ପ୍ରତିନିଧି

ଭୁବନେଶ୍ୱର:  ଆଜି ନବୀନ ନିବାସ ରେ ପୁରୀ, ଓ ନବରଙ୍ଗପୁର ର ବ୍ଲକ ଓ ପଂଚାୟତ ପ୍ରତିନିଧି ତଥା ଭଦ୍ରକ ର ପୌର ପରିଷଦ ର ସଭ୍ୟ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଜୁ ଜନତା ଦଳ ର ସଭାପତି ନବୀନ ପଟନାୟକଙ୍କ ସହ ଆଲୋଚନା କରିଥିଲେ. ବିଜୁ ଜନତା ଦଳ କୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ସେମାନେ କାମ ଜାରି ରଖିବେ ବୋଲି ସଭାପତି ଙ୍କୁ ଜଣାଇଥିଲେ. ଲୋକ ଙ୍କ ସାଥିରେ ରହି ଦଳ ର କାର୍ଯ୍ୟକ୍ରମ କୁ ଆଗେଇ ନେବା ପାଇଁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ. ଏହି ପ୍ରତିନିଧି ଦଳରେ ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ପୂବର୍ତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ଶ୍ରୀ ଝିନ ହିକକା, ଓ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ପୂବର୍ତନ ବିଧାୟକ ଶ୍ରୀ ଉମା ସାମନ୍ତରାୟ ଶ୍ରୀ ରୁଦ୍ର ମହାରଥୀ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ ଭଦ୍ରକ ରେ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ଜଗନ୍ନାଥ ସ୍ୱାଇଁ ନିମାପଡା ର ବିଧାୟକ ପ୍ରାର୍ଥୀ ଶ୍ରୀ ଦିଲୀପ ନାୟକ ପ୍ରମୁଖ ବିଭିନ୍ନ ବ୍ଲକ ଅଧକ୍ଷ ଉପାଧ୍ୟାକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ସଭାପତି ଙ୍କୁ ଭେଟି ଆଲୋଚନା କରିଥିଲେ. ସେହିପରି ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ନେତୃତ୍ୱରେ ବିଂଝାରପୁର ଅଞ୍ଚଳର ସଂଖ୍ୟାଲଘୁ ସମ୍ପ୍ରଦାୟ ର ନେତା ମାନେ ମଧ୍ୟ ଶ୍ରୀ ପଟନାୟକ ଙ୍କୁ ଭେଟି waqf board ସଂଶୋଧନ ବିଲ ସମ୍ପର୍କ ରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ.ସଂଖ୍ୟଲଘୁ ସମ୍ପ୍ରଦାୟ ର ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ଲଢେଇ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ.

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking