28.1 C
Bhubaneswar
Monday, July 1, 2024
Homeଓଡିଶାପୁଣି ରକ୍ତରଞ୍ଜିତ ହେଲା ପୁରୀ: ମାର୍କେଟ ଛକରେ ହଣାହଣି, ୩ ଗୁରୁତର

ପୁଣି ରକ୍ତରଞ୍ଜିତ ହେଲା ପୁରୀ: ମାର୍କେଟ ଛକରେ ହଣାହଣି, ୩ ଗୁରୁତର

ଭୁବନେଶ୍ୱର: ପୁରୀରେ ହଣାକଟା । ୩ ଗୁରୁତର । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଗୁରୁତର ହୋଇଛନ୍ତି । ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଛି । ଗତକାଲି ରାତିରେ ବୀରହରେକୃଷ୍ଣପୁର ଖଡ଼ିପଦା ମେଳଣରେ ଉଭୟ ଗୋଷ୍ଠୀ ଭିତରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଫଳରେ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳୁ ଗୋଟିଏ ଗୋଷ୍ଠୀର ଲୋକ ପୁରୀ ମାର୍କେଟ ଛକ ବାଟା ଶୋ ରୁମ ନିକଟରେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଯୁବକ ହେଲେ ମାର୍କେଟ ଛକର ହୃଷିକେଶ ପଣ୍ଡା, ପଞ୍ଚଚଉରା ଛକର ଖଗେଶ୍ୱର ସାହୁ ଓ ମାର୍କଣ୍ଡେଶ୍ୱର ସାହି ବାଣୁଆ ଗଳିର ଜୁଏଲ ଦାସ । ଜୁଏଲ ଦାସଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ମାର୍କେଟ ଛକରେ ହଣାକଟା ମାମଲାରେ ୯ ଜଣ ଗିରଫ ହୋଇଛନ୍ତି । ପୂର୍ବ ଶତ୍ରୃତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଟିଥିଲା ହଣାକଟା । ଗୋଟିଏ ଗୋଷ୍ଠୀର ୬ ଓ ଅନ୍ୟ ଗୋଷ୍ଟୀରେ ୩ଜଣ ଗିରଫ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking