28.1 C
Bhubaneswar
Tuesday, May 5, 2026
Homeଓଡିଶାନୂଆ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ ମାମଲା

ନୂଆ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ୱର : ଆଜିଠୁ ସମଗ୍ର ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ଏହି ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି ପ୍ରଥମ ମାମଲା । ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ,ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳର ଗୌରାଙ୍ଗ ଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କ ପୁଅ ଏହି ମାମଲା ରୁଜୁ କରିଛନ୍ତି । ଜୁନ ୨୯ ରାତିରେ ଦୁଇଟି ବାଇକରେ ତିନି ଦୁର୍ବୃତ୍ତ ଆସି ଗୌରାଙ୍ଗଙ୍କ ବେକକୁ ବ୍ଲେଡରେ କାଟି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ କଲେ ଅବସ୍ଥା ଖରାପ ହେବ ବୋଲି ବି ଅଭିଯୁକ୍ତମାନେ ଧମକ ଦେଉଥିଲେ। ମାତ୍ର ଆଜି ସକାଳେ ଗୌରାଙ୍ଗ ଚରଣଙ୍କ ପୁଅ ଥାନାର ଦ୍ୱାରସ୍ଥ ହୋଇ ଏହି ମାମଲା ରୁଜୁ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଧାରା ୨୦୨୩ ଅନୁଯାୟୀ ୧୨୬(୨), ୧୧୫(୨), ୧୦୯(୧) ଓ ୩(୫)ରେ ମାମଲା ରୁଜୁ ହୋଇଛି । ଏନେଇ ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କ କହିବାନୁଯାୟୀ, ଆଜି ସକାଳେ ଗୌରାଙ୍ଗ ଚରଣଙ୍କ ପୁଅ ଥାନାରେ ପହଞ୍ଚି ତାଙ୍କ ବାପାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ମାମଲା ରୁଜୁ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking