29.1 C
Bhubaneswar
Monday, May 4, 2026
Homeଓଡିଶାଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, ଚିକିତ୍ସା ଅବହେଳାରୁ ଯାଜପୁର ରୋଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ...

ଅଜଣା ଗାଡି ଧକ୍କାରେ ଯୁବକ ମୃତ୍ୟୁ, ଚିକିତ୍ସା ଅବହେଳାରୁ ଯାଜପୁର ରୋଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗ୍ରାମବାସୀଙ୍କ ଧାରଣା

ଯାଜପୁର : ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ଯୋକଡିଆ ନିକଟସ୍ଥ ନେଳିବାରୀ ଗାଁ ନିକଟରେ ଅଜଣା ଗାଡି ଧକ୍କାରେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ୍ୟୁ। ଚିକିତ୍ସା ଅବହେଳା ଦର୍ଶାଇ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାରଣା l ସୂଚନା ଅନୁଯାୟୀ ଆଜି ଖଣ୍ଡାହତା ଗ୍ରାମର ସୁରେଶ ସ୍ଵାଇଁ ଙ୍କ ପୁଅ ପ୍ରଭାତ ସ୍ୱାଇଁ(୩୦) ନେଳିବାରୀ ଛକରେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବା କିଛି ସ୍ଥାନୀୟ ଲୋକେ ଦେଖିଥିଲେ l ଏଥିସହିତ ତୁରନ୍ତ ପ୍ରଭାତଙ୍କୁ ପରିବାରକୁ ଖବର ଦେଇଥିଲେ l ଖବର ପାଇଁ ପରିବାର ଲୋକେ ତୁରନ୍ତ ଘଟଣାର ସ୍ଥଳରେ ପହଞ୍ଚି ଗୁରୁତର ପ୍ରଭାତକୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତର ଯୁବକକୁ ମୃତ ଘୋଷଣା କରିବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତେଜନା ପରିସ୍ଥିତି ହେଇଥିଲା l ତେବେ ଡାକ୍ତର ଓ ଷ୍ଟାପ୍ ନର୍ସଙ୍କ ଚିକିତ୍ସାର ଅବହେଳା ଯୋଗୁ ପ୍ରଭାତ ସ୍ୱାଇଁର ମୃତ୍ୟୁ ହେଇବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଇଛି l ଏଥିସହିତ ସହିତ ତୁରନ୍ତ ଡାକ୍ତର ଓ ଷ୍ଟାପ ନର୍ସ ଉପରେ କାର୍ଯ୍ୟାନୁଷ୍ଠାନ ଦାବିକରି ମୃତ ପ୍ରଭାତଙ୍କ ପରିବାର ଓ ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ l ଏହି ଖବର ଯାଜପୁର ରୋଡ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ l ତେବେ ପୋଲିସ କଥାରେ ଆନ୍ଦୋଳନ କାରୀ ଉଠିବାକୁ ରାଜି ହେଇନଥିଲେ l ସ୍ୱାସ୍ଥ୍ୟକେନ୍ଦ୍ରରେ ଏତେ ସମୟ ଧାରଣା ଖବର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୁବାଶିଷ ମହାରଣା ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପପହଞ୍ଚିବା ପରେ ଲୋକଙ୍କୁ ବୁଝାସୁଝା କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା l ସେପଟେ ଆନ୍ଦୋଳନ ହଟିବା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଦାନଗଦି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ମୃତ ପ୍ରଭାତଙ୍କ ଭାଇ ମିଥୁନ ସ୍ୱାଇଁଙ୍କ ଏତଲା କୁ ଆଧାର କରି କେଶ ନନମ୍ବର ୪୧୪/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ପୂର୍ବରୁ ମଧ୍ୟ ମେଡ଼ିକାଲରେ ତାଙ୍କ ସାନଭାଇ ଏହିଭଳି ଅବହେଳାରୁ ମୃତ୍ଯୁ ହୋଇଥିଲେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking