28.1 C
Bhubaneswar
Tuesday, May 5, 2026
Homeଦେଶ ବିଦେଶମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୪ ମୃତ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ୟବତମାଲରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ଜୋରଦାର ଧକ୍କା ହେବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ୟବତମାଲ ଜିଲ୍ଲାର ନାଗପୁର- ତୁଲଜାପୁର ନ୍ୟାସନାଲ ହାଇୱେରେ ଚାପରଦା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ପଞ୍ଜାବ ପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଳେ ସେମାନେ ନାନ୍ଦେଡସ୍ଥିତ ଗୁରଦ୍ୱାରକୁ ଯାଉଥିଲେ। ଚାପରଦା ଗାଁ ନିକଟରେ କାର୍‌ ଚାଳକ ନିୟନ୍ତ୍ରଣ ହରାଇ ବସିଲେ । ଏହାପରେ କାର୍‌ଟି ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସହ ପିଟି ହୋଇଥିଲା। ଏଥିଯୋଗୁ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ୍‌ ପହଞ୍ଚି କାର୍‌ର ସମ୍ମୁଖ ଭାଗକୁ କାଟି ମୃତକଙ୍କୁ ବାହାର କରିଥିଲେ। ଏହାପରେ ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଇ ଦିଆଯିବା ସହ ଗୁରୁତର ଜଣେ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking