28.1 C
Bhubaneswar
Wednesday, April 24, 2024
Homeଓଡିଶାପବ୍ଲିକ ରାଇଟସ ଆସୋସିଏସନ ବୈଠକ

ପବ୍ଲିକ ରାଇଟସ ଆସୋସିଏସନ ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଟାଉନ ହଲଠାରେ ପବ୍ଲିକ ରାଇଟସ ଆସୋସିଏସନ ଜିଲ୍ଲା କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ସଂଗଠନର ଅଭିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଦେବେନ୍ଦ୍ର ବାହିନୀପତି ମୁଖ୍ୟ ଅତିଥି ଅମରଲାଲ ଆହ୍ଲଜା ମୁଖ୍ୟବକ୍ତା ଓ ଜିଲ୍ଲା ପରିଷଦ ସଭ୍ୟ କୁସ ତାଟି, ଶାନ୍ତିଲତା ମାଝୀ,ସମ୍ମାନିତ ଅତିଥିଭାବେ ଯାଗ ଦେଇଥିଲେ।ଅତିଥି ମାନେ ବକ୍ତବ୍ୟରେ କହିଲେ ଆଦିବାସୀ ଅଧୁଷ୍ଟିତ ଏହି ଜିଲ୍ଲାପାଇଁ ପବ୍ଲିକ ରାଇଟସ ଆସୋସିଏସନର ଆବଶ୍ୟକତା ରହିଛି ।ଏହା ଜରିଆରେ ଜିଲ୍ଲା ବାସୀଙ୍କ ମୌଳିକ ସମସ୍ୟା ହେବା ସହ ଅଧିକାରରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କ ସମସ୍ୟା ସମାଧାନ ପ୍ରୋଶାସନ ନିକଟରେ ପହଞ୍ଚିପାରିବ ।ଏହା ଏକ ଅନରାଜନୟେତିକ ସଂଗଠନ ଓ ବିଭିନ୍ନ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏହାର ପ୍ରଧାନ କର୍ତ୍ତବ୍ୟ ।ମାଲକାନଗିରି ଜିଲ୍ଲା ସଭାପତି କୁନାଲ ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ।ଓ ଅନ୍ୟମାନଙ୍କ ମଧ୍ୟରେ ରାଜକିଶୋର ମଣ୍ଡଳ, ସନ୍ତୋଷ ମହାନ୍ତି, ସଂଜୀବ ପାଲ,ସନ୍ତୋଷ ନାୟକ, ଦୀପକ ଶାହା, ପୂର୍ଣ୍ଣିମା ଶାହା,ଗୌଉର ମାଲୋ, ପ୍ରମୁଖ ସହିତ ସାତଟି ଯାକ ବ୍ଳକର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking