ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ

ଯାଜପୁର: ସାମାଜିକ ଗଣମାଧ୍ୟମରେ ଗଣମାଧ୍ୟମ ଏବଂ ସାମ୍ବଦିକଙ୍କୁ ଆପତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆଜି ଯାଜପୁର ପ୍ରେସ କ୍ଲବ ପକ୍ଷରୁ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ହେମନ୍ତ ଦିକ୍ଷିତ ନାମକ ଜନୈକ ଯୁବକ ସାମ୍ବାଦିକ ମାନଙ୍କୁ କୁକୁର ଜାତି ବୋଲି ମନ୍ତବ୍ୟ ଦେଇଥିଲେ । ଏହା ଜଣାପଡିବା ପରେ ସାରା ଜିଲାର ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ ନେଇ ଆଜି ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଥାନାରେ ପହଂଚି ଲିଖିତ ଅଭିଯୋଗ କରିଛନ୍ତି । ସଂପୃକ୍ତ ଯୁବକଙ୍କୁ ଗିରପଂ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here