34.1 C
Bhubaneswar
Friday, March 29, 2024
Homeଓଡିଶାଜନସଚେତନତା ଅଭିଯାନ

ଜନସଚେତନତା ଅଭିଯାନ

ଯାଜପୁର : କୋରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଯାଜପୁରରେ ପହଂଚିଲେ ଗାନ୍ଧୀ । ସ୍ୱଚ୍ଛଭାରତ ସଂପର୍କରେ ଲୋକଙ୍କୁ ସଚେତନ କରି ଚର୍ଚ୍ଚାକୁ ଆସିଥିବା ସାଇରାମ ଗାନ୍ଧୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜା ମନ୍ଦୀରରୁ କୋରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଇରାମ ଗାନ୍ଧୀ ବେଶ ଧରି ପ୍ରଦୀପ ପ୍ରଜ୍ଜଳନ କରି ମହାମହିମ ରାଜ୍ୟପାଳଙ୍କ ଆଶୁ ଅରୋଗ୍ୟ କାମନା କରିଥିଲେ । ମନ୍ଦୀର ନିକଟରୁ ଘଂଟ ବାଡେଇ ପୁରା ସହର ପରିକ୍ରମା କରି ଲୋକଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରି ପାରିଲେ କୋରୋନା ଠାରୁ ଦୂରେଇ ରହି ହେବ ବୋଲି କହିଥିଲେ । ସଚେତନ କରିବା ସମୟରେ ବିଭିନ୍ନ ବ୍ୟକ୍ତିଙ୍କୁ ମାସ୍କ ମଧ୍ୟ ବଂଟନ କରିଥିଲେ । ପୂର୍ବରୁ ସେ ଯାଜପୁର ଜିଲାପାଳଙ୍କୁ ଭେଟି ଜିଲାବ୍ୟାପି କୋରୋନା ସଚେତନତା କରିବା ପାଇଁ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking