29.1 C
Bhubaneswar
Tuesday, July 29, 2025
Homeବ୍ରେକୀଙ୍ଗଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ, ଯବାନଙ୍କ ପାଇଁ ଦୀପଟିଏ ଜାଳ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ, ଯବାନଙ୍କ ପାଇଁ ଦୀପଟିଏ ଜାଳ

ନୂଆଦିଲ୍ଲୀ : ଦୀପାବଳି ଅବସରରେ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜଲାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶର ଯବାନମାନେ ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଆସୁଛନ୍ତି ତାଙ୍କୁ କୃତଜ୍ଞତା ଜଣାଇବା ଲାଗି ଏହି ଦୀପ ଜଳାଇବାକୁ ସେ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ସୀମାରେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ସେମାନଙ୍କ ପରିବାର ନିକଟରେ ଆମେ କୃତଜ୍ଞ। ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତ୍‌ର ଏକ ଅଡିଓ କ୍ଲିପ୍‌କୁ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ଦୀପାବଳୀରେ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଇବାକୁ ନିବେଦନ କରିଥିଲେ। ଚଳିତ ଦୀପାବଳିରେ ପ୍ରଧାନମନ୍ତ୍ରୀ ଆମର ସାହସୀ ବୀର ଯବାନଙ୍କୁ କୃତଜ୍ଞତା ଜଣାଇବା ଲାଗି ଏକ ସ୍ବତନ୍ତ୍ର ପ୍ରଚାର ଚଳାଇଛନ୍ତି। ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଇବା ସହିତ ଏହି ଫଟୋକୁ ପୋଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking