ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଦୁଇ ଭାଇ

ସୁନ୍ଦରଗଡ଼ : ମର୍ମନ୍ତୁଦ ଦୁର୍ଘଟଣାରେ ଆଖି ବୁଜିଲେ ଗୋଟିଏ ପରିବାରର ୨ ପୁଅ ।  ଅଜଣା ଗାଡ଼ି ଧକ୍କାରେ ଅକାଳରେ ଝଡ଼ିଗଲା ୨ ଜୀବନ। ଏପରି ଘଟଣା ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ବାଲିଝଜୋଡ଼ି ନିକଟରେ ଘଟିଛି। ମୃତକଦ୍ୱୟ ହେଲେ କୋଇଡା ଥାନା ନିକଟସ୍ଥ କାଦଢ଼ିଆ ଗ୍ରାମର ଅରୁଣ ମାଝୀ ଓ ଅଜୟ ମାଝୀ ।

ସୂଚନା ଅନୁଯାୟୀ, ଗତରାତିରେ ଦୁଇ ଭାଇ  କୌଣସି  କାର୍ଯ୍ୟରେ ବାଇକ୍‌  ଯୋଗେ ନିକଟସ୍ଥ ଡେଙ୍ଗୁଳା ଗ୍ରାମକୁ ଯାଉଥିଲେ।  ହେଲେ ବାଲିଝୁଡି ନିକଟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଅରୁଣଙ୍କର ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା। ଗୁରୁତର ଆହତ ହୋଇଥିବା ଅଜୟଙ୍କର  କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଛି । ଘଟଣାସ୍ଥଳରେ ଗ୍ରାମର କିଛି ଯୁବକ ପହଞ୍ଚି ପ୍ରଥମେ କୋଇଡା ଥାନାକୁ ଖବର ଦେବା ସହିତ ଦୁଇ ଆହତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here