27.1 C
Bhubaneswar
Thursday, April 25, 2024
Homeଖେଳପିଭି ସିନ୍ଧୁଙ୍କୁ ଆଇସକ୍ରିମ ଅଫର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପିଭି ସିନ୍ଧୁଙ୍କୁ ଆଇସକ୍ରିମ ଅଫର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଟୋକିଓ ଅଲମ୍ପ୍ଖଳ ୨୦୨୦ରେ ଦେଶର ନାମ ଗୌରବ ବୃଦ୍ଧି କରି ଫେରିଥିବା ଭାରତୀୟ ଖେଳାଳୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୋଦି ସମସ୍ତ ଖେଳାଳୀଙ୍କ ସହିତ ବାର୍ତାଳାପ କରିଥିଲେ ଓ ସେମାନଙ୍କ ସହ ସକାଳ ଜଳଖିଆ ବି ଖାଇଥିଲେ । ଅଲମ୍ପିକ ୨୦୨୦ରେ ଦେଶକୁ ସ୍ୱର୍ଣ୍ଣପଦକ ଦେଇଥିବା ନିରଜ ଚୋପ୍ରା ଙ୍କୁ ତାଙ୍କର ପସନ୍ଦ ଚୁରମା ପରୋଷା ଯାଇଥିଲା । ଯେତେବେଳେ କି ପିଭି ସିନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ଆଇସକ୍ରିମ ପାର୍ଟି ଦେଇଥିଲେ । ସେହିଭଳି ବ୍ରୋଂଜ ପଦକ ଜିତିଥିବା ଭାରତୀୟ ହକି ଟିମ ମୋଦିଙ୍କୁ ଅଟୋଗ୍ରାଫ ହୋଇଥିବା ହକି ଷ୍ଟିକ ଗିଫ୍ଟ କରିଥିଲେ । ଚଳିତ ଥର ଅଲମ୍ପିକ ଭାରତ ପାଇଁ ସ୍ମରଣୀୟ ରହିବ ଓ ଦେଶ ପ୍ରଥମ ଥର ମୋଟ ୭ଟି ମେଡାଲ ନିଜ ନାମରେ କରିଛି । ମୋଦିଙ୍କ ସହ ଆଇସକ୍ରିମ ଖାଇ ସିନ୍ଧୁଙ୍କ ଇଚ୍ଛା ପୂରଣ ହୋଇଛି ।  ଜୁଲାଇ ୧୩ ତାରିଖରେ ମୋଦି ସମସ୍ତଙ୍କ ଆଥଲେଟଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବାର୍ତାଳାପ କରୁଥିବା ସମୟରେ ସିନ୍ଧୁ ଆଇସକ୍ରିମ ଖାଇବାକୁ ପସନ୍ଦ କରନ୍ତି ବୋଲି ଜଣାପଡିଥିଲା । ମୋଦି ଅଲମ୍ପିକ ନେଇ ସେହି ଦିନ ସବୁ ଖେଳାଳୀଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବଢାଇଥିଲେ । ସୋମବାର ମୋଦି ଭାରତୀୟ ଅଲମ୍ପିକ ଖେଳାଳୀଙ୍କ ସହ ତାଙ୍କ ବାସଭବନରେ ସକାଳ ଜଳଖିଆ କରିଥିଲେ ଓ ସେମାନଙ୍କ ସହ ବାର୍ତାଳାପ କରିଥିଲେ ଏବଂ ସେହି ସମୟରେ ସେ ସିନ୍ଧୁଙ୍କୁ ଆଇସକ୍ରିମ ଅଫର କରିଥିଲେ ।

 

 

ସିନ୍ଧୁ ଏହାର ଏକ ଫଟୋ ମଧ୍ୟ ସେୟାର କରି ଲେଖିଛନ୍ତି ସେ ଶେଷରେ ସମ୍ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସହ ଆଇସକ୍ରିମ ଖାଇବାର ସୁଯୋଗ ପାଇଲେ । ମୋଦି ମଧ୍ୟ ସିନ୍ଧୁଙ୍କ ଖେଳ ପ୍ରଦର୍ଶନ ପାଇଁ ତାଙ୍କୁ ଏକ ବ୍ୟାଡମିଣ୍ଟନ ରାକେଟ ଗିଫ୍ଟ କରିଥିଲେ ।  ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏକ ଛୋଟ ବ୍ୟାଡମିଣ୍ଟନ ରାକେଟ ପାଇ ସେ ଅତ୍ୟନ୍ତ ଖୁସି ବୋଲି ବ୍ୟକ୍ତ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking