28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ ପରିଦର୍ଶନ ବେଳେ ‘ତେଜସ୍‌’ ଲଢୁଆ ବିମାନ ଚଢ଼ି ବୁଲିଲେ ପ୍ରଧାନମନ୍ତ୍ରୀ ମୋଦୀ

‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ ପରିଦର୍ଶନ ବେଳେ ‘ତେଜସ୍‌’ ଲଢୁଆ ବିମାନ ଚଢ଼ି ବୁଲିଲେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରାୟତ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ତେଜସ୍‌’ ଲଢୁଆ ବିମାନରେ ଚଢ଼ି ବୁଲିଛନ୍ତି।‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ର ଉତ୍ପାଦନ କାରଖାନାରେ ଚାଲିଥିବା କାର୍ଯ୍ୟ ସମୀକ୍ଷା କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଯାଇଛନ୍ତି। ଆଗରୁ ବିଶେଷସୂତ୍ରରୁ ସୂଚନା ମିଳିଥିଲା ଯେ, ‘ତେଜସ୍‌’ ଜେଟ୍‌ ଉତ୍ପାଦନ କାରଖାନା ସମେତ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ର ଉତ୍ପାଦନ କାରଖାନା ପରିଦର୍ଶନ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟ ସମୀକ୍ଷା କରିବେ। ଭାରତୀୟ ବାୟୁସେନାର ଏହି ହାଲୁକା ଲଢୁଆ ବିମାନ ‘ତେଜସ୍‌’ରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ମନିଟ୍‌ ଧରି ଉଡ଼ାଣ କରିଥିଲେ। ଏ ସଂକ୍ରାନ୍ତରେ ଅନୁଭୂତି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ‘ଏକ୍ସ୍‌’ ପୋଷ୍ଟ୍‌ରେ ଲେଖିଛନ୍ତି: ‘ତେଜସ୍‌’ରେ ବସି ସ୍ବଳ୍ପ ସମୟ ପାଇଁ ଉଡ଼ିଲି। ଏ ଅନୁଭୂତି ଅତ୍ୟନ୍ତ ଚମତ୍କାର, ଦେଶର ସ୍ବଦେଶୀ ସାମର୍ଥ୍ୟ ଉପରେ ମୋ ଆତ୍ମବିଶ୍ବାସକୁ ଯଥେଷ୍ଟ ସୁଦୃଢ଼ କରିଛି। ଆମ ଭବିଷ୍ୟତର ଜାତୀୟ ସମ୍ଭାବନା ପ୍ରତି ମୋର ଗୌରବବୋଧ ଓ ପ୍ରତ୍ୟାଶାକୁ ପୁନଃଜାଗରୁକ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking