ନୂଆଦିଲ୍ଲୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ସହୟତା ଘୋଷଣା । ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କଲା ଟାଟା । ପ୍ରତି ମୃତକଙ୍କ ପରିବାର ପାଇଁ ୧ କୋଟିର ସହାୟତା ରାଶି । କୋଟିଏ ଟଙ୍କା ସହାୟତା ପ୍ରଦାନ କରିବା ନେଇ ଟାଟା ଗ୍ରୁପର ଘୋଷଣା ।
We are deeply anguished by the tragic event involving Air India Flight 171.
No words can adequately express the grief we feel at this moment. Our thoughts and prayers are with the families who have lost their loved ones, and with those who have been injured.
Tata Group will…
— Tata Group (@TataCompanies) June 12, 2025
ଏନେଇ ଟାଟା ଗ୍ରୁପ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇ କୁହାଯାଇଛି- ଦୁଃଖଦ ଘଟଣା ପାଇଁ ଆମେ ଗଭୀର ମର୍ମାହତ। ଏହି ମୁହୂର୍ତ୍ତରେ ଆମେ ଯେଉଁ ଦୁଃଖ ଅନୁଭବ କରୁଛୁ ତାହା କୌଣସି ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଟାଟା ଗ୍ରୁପ୍ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରିବ। ଆମେ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବୁ ଏବଂ ବି.ଜେ ମେଡିକାଲ ହଷ୍ଟେଲ ନିର୍ମାଣରେ ସହାୟତା ପ୍ରଦାନ କରିବୁ।