27.1 C
Bhubaneswar
Saturday, July 27, 2024
Homeଅପରାଧବାହାଘର ବିଳମ୍ବ ଯୋଗୁଁ ଝଗଡ଼ା: ପୁଲିସ-ପୁଅକୁ ମାରିଦେଲେ ବାପା ଓ ସାନଭାଇ

ବାହାଘର ବିଳମ୍ବ ଯୋଗୁଁ ଝଗଡ଼ା: ପୁଲିସ-ପୁଅକୁ ମାରିଦେଲେ ବାପା ଓ ସାନଭାଇ

ଭୋପାଳ: ବାହାଘର କାହିଁକି ବୁଝୁନାହଁ ବୋଲି କହି ଝଗଡ଼ା ଆରମ୍ଭ କରିଥିବା ପୁଅକୁ ଗୁରୁବାର ରାତିରେ ଗ୍ବାଲିୟର୍‌ରେ ତା’ର ବାପା ଓ ଭାଇ ହତ୍ୟା କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ମୃତ ପୁଅ ୩୨ ବର୍ଷିୟ ଅନୁରାଗ ରାଜୱତ୍‌ ମଧ୍ୟପ୍ରଦେଶ ‘ସ୍ପେସାଲ୍‌ ଆର୍ମଡ୍‌ ଫୋର୍ସ’ରେ (ଏସ୍‌ଏଏଫ୍‌) କନେଷ୍ଟବଳ ଚାକିରି କରୁଥିଲେ। ତାଙ୍କୁ ହତ୍ୟା କରିଥିବା ବାପା ସୁଖବୀର ରାଜୱତ୍‌ ମଧ୍ୟ ଜଣେ ପୁଲିସ ହେଡ୍‌ କନେଷ୍ଟବଳ। ସୁଖବୀର ତାଙ୍କ ସରକାରୀ ବାସଭବନରେ ପୁଅ ଅନୁରାଗକୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡରେ ସୁଖବୀରଙ୍କୁ ସହାୟତା କରି‌ଥିଲେ ତାଙ୍କ ୨୨ ବର୍ଷିୟ ସାନପୁଅ ଗୋବିନ୍ଦ ଓ ପାରିବାରିକ ବନ୍ଧୁ ଭୀମ ସିଂହ ପରିହାର। ପୁଲିସ କହିଛି, ବାହାଘର କାହିଁକି ବୁଝୁନାହଁ କହି ଅନୁରାଗ ସବୁବେଳେ କଳହ କରୁଥିଲେ। କିନ୍ତୁ, ସେ ସବୁବେଳେ ମଦ୍ୟପାନ କରି ନିଶାଡ଼ି ହୋଇଯାଇଥିବାରୁ ସମ୍ପର୍କୀୟମାନେ ତାଙ୍କୁ ବିଭା କରାଇବା ପାଇଁ ଭୟ କରୁଥିଲେ। ବୁଧବାର ରାତିରେ ଅନୁରାଗଙ୍କ ମାଆ ଭୋପାଳରେ ଥିବା ବ‌େଳେ ଗ୍ବାଲିୟର୍‌ସ୍ଥିତ ବାପାଙ୍କ ସରକାରୀ ବାସଭବନରେ ଅନୁରାଗ ଝଗଡ଼ା ଆରମ୍ଭ କଲା। ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ଅନୁରାଗଙ୍କୁ ସେମାନେ ହତ୍ୟା କଲେ। ସେଦିନ ରାତି ପ୍ରାୟ ୧.୩୦ରେ ଗିରୱାଇ ଥାନା ନିକଟରେ ୩ଜଣ ଲୋକ ଗୋଟାଏ ବାଇକ୍‌ରେ ଯାଉଥିବା ପୋଲିସ ପାଟ୍ରୋଲ୍‌ ଦେଖିଲେ। କିନ୍ତୁ, ସେମାନେ ପୁଲିସକୁ ଏଡ଼ାଇ ଯିବାରୁ ପ‌ାଟ୍ରୋଲ୍‌ ଟିମ୍‌ଙ୍କର ସନ୍ଦେହ ହେଲା। ତେଣୁ, ପୁଲିସ ସେମାନଙ୍କୁ ନେଇ ଅଟକ ରଖିଲା। ଏହାର କିଛି ସମୟ ପରେ ଗୋଟାଏ ଅରମା ବୁଦା ନିକଟରେ ପୁଲିସ ହାତଗୋଡ଼ ବନ୍ଧାଯାଇ ମୁଣ୍ଡରେ କ୍ଷତ ହୋଇଥିବା ଶବଟିଏ ଦେଖିଲା। ସେ ଶବ ଥିଲା କନେଷ୍ଟବଳ ଅନୁରାଗଙ୍କର। ଜେରା କରାଯିବାରୁ ଶୁଖବୀର, ଗୋବିନ୍ଦ ଓ ଭୀମ ସିଂହ ଅପରାଧ ସ୍ବୀକାର କଲେ। ସେମାନଙ୍କୁ ପୁଲିସ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking