29.1 C
Bhubaneswar
Saturday, July 27, 2024
Homeଅପରାଧଜନ୍ମଦିନ ପାଳିବା ପାଇଁ ଦୁବାଇକୁ ନ ନେବାରୁ ନାକରେ ମୁଥ ମାରି ସ୍ବାମୀଙ୍କୁ ମାରି ପକାଇଲା...

ଜନ୍ମଦିନ ପାଳିବା ପାଇଁ ଦୁବାଇକୁ ନ ନେବାରୁ ନାକରେ ମୁଥ ମାରି ସ୍ବାମୀଙ୍କୁ ମାରି ପକାଇଲା ସ୍ତ୍ରୀ

ପୁଣେ: ଜନ୍ମଦିନ ପାଳନ କରିବା ପାଇଁ ଦୁବାଇ ନ ନେବାରୁ ଜଣେ ମହିଳା ସ୍ବାମୀଙ୍କ ନାକରେ ମୁଥ ମାରି ତାଙ୍କୁ ମାରି ପକାଇଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଶୁକ୍ରବାର ଦିନ ପୁଣେର ୱାନାବଦି ଅଞ୍ଚଳରେ ଥିବା ଏକ ସ୍ମାର୍ଟ ରେସିଡେନ୍‌ସିଆଲ୍‌ ସୋସାଇ‌ଟିରେ ଅବସ୍ଥିତ ସେ ଦମ୍ପତିଙ୍କ ଆପାର୍ଟମେଣ୍ଟ୍‌ରେ ଘଟିଛି। ମୃତ ସ୍ବାମୀ ହେଉଛନ୍ତି ନିର୍ମାଣ ଶିଳ୍ପ ବ୍ୟବସାୟ କରୁଥିବା ୩୬ ବର୍ଷିୟ ନିଖିଳ ଖାନ୍ନା। ୬ ବର୍ଷ ପୂର୍ବେ ସେ ୩୮ ବର୍ଷୀୟ ସ୍ତ୍ରୀ ରେଣୁକାଙ୍କୁ ପ୍ରେମ-ବିବାହ କରିଥିଲେ। ୱାନାବଦି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଘଟଣାଟି ଶୁକ୍ରବାର ଅପରାହ୍ଣରେ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସ୍ତ୍ରୀ ରେଣୁକାର ଜନ୍ମଦିନ ପାଳିବା ଲାଗି ନିଖିଳ ତାଙ୍କୁ ଦୁବାଇ ନ ନେବା ଏବଂ ଜନ୍ମଦିନ ଓ ବିବାହ ବାର୍ଷିକୀରେ ମୂଲ୍ୟବାନ ଉପହାର ଦେଉ ନ ଥିବା କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାଛଡ଼ା, ଦିଲ୍ଲୀରେ ଥିବା ତାଙ୍କର (ରେଣୁକା) କ‌େତେକ ସମ୍ପର୍କୀୟଙ୍କ ଜନ୍ମଦିନ ପାଳିବା ପାଇଁ ତାଙ୍କୁ ଦିଲ୍ଲୀ ନ ନେଉ ଥିବାର କାରଣ ସଂକ୍ରାନ୍ତରେ ବି ନିଖିଳ ସନ୍ତୋଷଜନକ ଉତ୍ତର ଦେଉ ନ ଥିଲେ। ପୁଲିସ ଆହୁରି ମଧ୍ୟ କହିଛି ଯେ, ଝଗଡ଼ା ଲାଗିଥିବା ବ‌େଳେ ରେଣୁକା ନିଖିଳଙ୍କ ମୁହଁରେ ମୁଥ ମାରିଥିଲେ। ମୁଥ ଏଡ଼େ ଟାଣୁଆ ଥିଲା ଯେ, ନିଖିଳଙ୍କ ନାକ ଓ କେତୋଟି ଦାନ୍ତ ଭାଙ୍ଗିଯାଇଥିଲା। ପ୍ରବଳ ରକ୍ତସ୍ରାବ ହେବାରୁ ନିଖିଳ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ପୁଲିସ ‘ଆଇପିସି’ ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରି ରେଣୁକାଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking