38.1 C
Bhubaneswar
Tuesday, May 19, 2026
Homeଦେଶ ବିଦେଶବିଏମଡବ୍ଲ୍ୟୁ ଧକ୍କାରେ ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁ

ବିଏମଡବ୍ଲ୍ୟୁ ଧକ୍କାରେ ଗର୍ଭବତୀ ଭାରତୀୟ ମହିଳାଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ସିଡନୀରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩୩ ବର୍ଷୀୟା ଗର୍ଭବତୀ ଭାରତୀୟ ମହିଳାଙ୍କ ଜୀବନ ଯାଇଛି। କିଛି ସପ୍ତାହ ପରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥାନ୍ତେ।ପୋଲିସର କହିବା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ  ହର୍ନ୍ସବିର ଜର୍ଜ ଷ୍ଟ୍ରିଟରେ ପରିବାର ସହ କାରରେ ରାସ୍ତା ପାର ହେଉଥିଲେ।ସେତିକି ବେଳେ ବିଏମଡବ୍ଲ୍ୟୁ ଆସି କାରକୁ ଧକ୍କା ଦେଇଥିଲା । ସ୍ୱାମୀ ଗୁରୁତର ଆହତ ଥିଲେ। ଏବଂ ସାଙ୍ଗେ ସାଙ୍ଗେ ମହିଳାଙ୍କୁ ମେଡିକାଲ ନିଆଯାଇଥିଲା। ହେଲେ ସେତେବେଳେ  ପେଟରେ ଥିବା ଶିଶୁର ଜୀବନ ସେତେବେଳେ ଚାଲିଯାଇଥିଲା। ସୂଚନା ପାଇ ପୋଲିସ ବିଏମଡବ୍ଲ୍ୟୁ କାରର ଡ୍ରାଇଭରକୁ ତାଙ୍କ ଘରକୁ ଯାଇ ଗିରଫ କରିଛି। ତା ନାଁରେ  ମାମଲା ରୁଜୁ କରିଛି । ପରେ ତାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ଏହି ଘଟଣାକୁ ଗୁରୁତର ସହ ନିଆଯାଇ ଜାମିନ ଆବେଦନକୁ ଖାରଜ କରାଯାଇଥିଲା । ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ଅନ୍ତର୍ନିହିତ ଦଣ୍ଡ ବ୍ୟତୀତ ଅତିରିକ୍ତ ତିନି ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking