29.1 C
Bhubaneswar
Thursday, May 2, 2024
Homeଖାଦ୍ୟଗର୍ଭାବସ୍ଥା ସମୟ ପାଇଁ ଟିପ୍‌ସ

ଗର୍ଭାବସ୍ଥା ସମୟ ପାଇଁ ଟିପ୍‌ସ

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ନିଜ ସହିତ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ । ଠିକ ସମୟରେ ଖାଇବାପିଇବା ସହିତ ସମସ୍ତ କାମ କରିବା ଜରୁରୀ । ଏ ସମୟରେ ଖାଦ୍ୟପେୟର ବିଶେଷ ଯୋଗଦାନ ଥାଏ । କେତେକ ଲାଭକାରୀ ଟିପ୍‌ସକୁ ମହିଳାମାନେ ଫଲୋ କରିବା ଉଚିତ୍ ।
୧. ଗର୍ଭାବସ୍ଥା ସମୟରେ ପ୍ରୋଟିନଯୁକ୍ତ ଖାଦ୍ୟ ଯଥା: ଡାଲି, ଅଙ୍କୁରିତ ଶସ୍ୟ, କ୍ଷୀର ଏବଂ କ୍ଷୀର ଜାତୀୟ ପଦାର୍ଥ, ଅଣ୍ଡା ମାଂସ ଆଦିକୁ ପ୍ରତ୍ୟେକ ଦିନ ଡ଼ାଏଟ୍‌ରେ ସାମିଲ କରନ୍ତୁ । ଏହାଦ୍ୱାରା ଶରୀରରେ ପ୍ରୋଟିନର ଅଭାବ ରହିବ ନାହିଁ ।
୨ ସୁସ୍ଥ ପ୍ରେଗନେନ୍ସି ପାଇଁ ଆଇରନ ଜାତୀୟ ଭୋଜନର ଆବଶ୍ୟକତା ରହିଛି । ସେଥିପାଇଁ ସବୁଜ ପନିପରିବା, ଶାଗ, ଡ଼ାଳିମ୍ବ, ଲିଚୁ, କିସମିସ୍ ଇତ୍ୟାଦି ପ୍ରତିଦିନ ଖାଇବା ଉଚିତ୍ । ଏହା ବ୍ୟତୀତ ଭିଟାମିନ୍‌-ସିର ପ୍ରୟୋଗ କରିବା ଜରୁରୀ । ଏଥିରୁ ଶରୀରକୁ ଆଇରନ ମିଳିଥାଏ ।
୩. ଶରୀରରେ ଆବଶ୍ୟକ ଶକ୍ତି ଓ ଫାଇବର୍ସର ଅଭାବକୁ ପୁରଣ କରିବା ପାଇଁ କାର୍ବୋହୋଇଡ୍ରେଟଯୁକ୍ତ ଭୋଜନ କରିବା ଆବଶ୍ୟକ । ଶସ୍ୟ, ଫଳ, ସାଲାଡ଼ ପରି ଖାଦ୍ୟ କୁ ଡ଼ାଏଟରେ ସାମିଲ କରନ୍ତୁ । ଏହା ବ୍ୟତୀତ ଚୋପା ଲାଗିଥିବା ମୁଗ ଡ଼ାଲି ଏ ସମୟରେ ଲାଭକାରୀ ହୋଇଥାଏ ।
୩. ତେଲ ଛଣା ଖାଦ୍ୟର ମାତ୍ରା କମ ରହିବା ଉଚିତ୍ । ଫ୍ୟାଟି ଏସିଡ଼ ଭ୍ରୁଣର ମାନସିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ।
୪ ଗର୍ଭରେ ଥିବା ଶିଶୁର ହାଡ଼ ଓ ଦାନ୍ତର ବିକାଶ ପାଇଁ କ୍ୟାଲସିୟମର ମାତ୍ରା ଅଧିକ ହେବା ଆବଶ୍ୟକ । ଏହା ଆପଣଙ୍କୁ ପିଠି ଓ ଅଣ୍ଟା ଯନ୍ତ୍ରଣାରୁ ମଧ୍ୟ ମୁକ୍ତ ଦେବ । ସେଥିପାଇଁ କ୍ଷୀର ଓ କ୍ଷୀର ଜାତୀୟ ଦ୍ରବ୍ୟ ସବୁଜ ପନିପରିବା,
ପାଳଙ୍ଗ, ଚିନାବାଦାମ ଆଦିକୁ ଡ଼ାଏଟ୍‌ରେ ସାମିଲ କରନ୍ତୁ ।
୫. ଖାଦ୍ୟ ଖାଇବା ବ୍ୟତୀତ ପାଣି ଭରପୂର ମାତ୍ରାରେ ପିଇବା ଉଚିତ । ଅଧିକ ମାତ୍ରରେ ପାଣି ପିଇବା ମଧ୍ୟ କ୍ଷତିକାରକ । ଦିନରେ ୬ ରୁ ୮ ଗ୍ଲାସ ପାଣି ନିଶ୍ଚିତ ଭାବରେ ପିଇବା ଉଚିତ । ଏହାଦ୍ୱାରା ଶରୀରର ତାପମାତ୍ରା ମଧ୍ୟ ଠିକ୍ ରହିବ ।
୬. ସେ ସମୟରେ ଶରୀରକୁ ସୁସ୍ଥ ରଖିବା ପାଇଁ ଚାଲିବା, ଯୋଗ କରିବା କିମ୍ବା ସହଜ ବ୍ୟାୟାମ କରିବା ଉଚିତ । ମନରେ ଶାନ୍ତି ଓ ଏକାଗ୍ରତା ରଖିବା ପାଇଁ ଧ୍ୟାନ କରିବା ମଧ୍ୟ ଜରୁରୀ । ଏହା ଅନାବଶ୍ୟକ ଚିନ୍ତାରୁ ଦୂରରେ ରଖିବାରେ ସାହାଯ୍ୟ କରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking