40.1 C
Bhubaneswar
Wednesday, April 24, 2024
Homeଓଡିଶାସତ ହେଲା ପାଣିପାଗ ବିଭାଗର ପୂର୍ବ ସୂଚନା

ସତ ହେଲା ପାଣିପାଗ ବିଭାଗର ପୂର୍ବ ସୂଚନା

ମୟୁରଭଞ୍ଜ :ସତ ହେଲା ପାଣିପାଗ ବିଭାଗର ପୂର୍ବ ସୂଚନା। ସବୁ ସ୍ୱାଭାବିକ ଥିଲା ଅଚାନକ ଅଦିନିଆ ବର୍ଷା ସହ ମାଡିଆସିଲା ଘୁର୍ଣ୍ଣିଝଡ। ବଡ ବଡ ଗଛ ଭାଙ୍ଗି ରାସ୍ତାରେ ଗଡି ପଡିଥିବା ବେଳେ କୋଉଠି ପୁଣି ଘରର ଚାଳଛପର ଉଡାଇ ନେଇଛି। ତେବେ ଏ ତାଣ୍ଡଵ ମାତ୍ର କେଇ ମୁହୂର୍ତ୍ତ ରଚାଇଲା ନାହିଁନଥିବା କ୍ଷତି। ଏଭଳି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଳକ ଅନ୍ତର୍ଗତ ଚିତ୍ରଡା ଗାଁରେ ଦେଖିବାକୁ ମିଳିଛି। ତେବେ  ହଠାତ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇ ଘୁର୍ଣ୍ଣିଝଡର ରୂପ ନେଇଥିଲା। ବର୍ଷା ସହ ଘୁର୍ଣ୍ଣିଝଡ ଯୋଗୁଁ ଚିତ୍ରଡା ଗାଁରେ ବଡ ବଡ ଗଛ ଭାଙ୍ଗିପଡିଥିବା ବେଳେ ୩ଟି ଘରର ଆଜବେଷ୍ଟସ, ଚାଳ ଛପର ଭାଙ୍ଗି ଯାଇଛି। ରାସ୍ତାରେ ଗଛ ସବୁ ଭାଙ୍ଗି ପଡିଥିବା ବେଳେ ଗାଁ ରାସ୍ତାରେ ଯାତାୟାତ ବନ୍ଦ ରହିଛି।ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ସରଜମିନ ତଦନ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ପୁରୀ ଓ ସୁନ୍ଦରଗଡ଼।ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
https://onakhabar.com/2020/01/30/death-for-wrong-injection/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking